ବାଲେଶ୍ୱର ସଦର ବିଜେପିରେ ଫାଟ

ବାଲେଶ୍ୱର(ଜୁଗାବ୍ଦ ନ୍ୟୁଜ୍‍):୨୦୧୯ ନିର୍ବାଚନ ଆଉ ମାତ୍ର ୨ ମାସ ବାକିଥିବା ବେଳେ ସଦର ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ସବୁ ଦଳକୁ ଗୋଳିଆ କରି ପକାଉଛି । ବିଜେଡି ଦଳରେ ୪ ରୁ ଅଧିକ ଆଶାୟୀ ଥିବା ବେଳେ କଂଗ୍ରେସରେ ଦୁଇ ତିନି ଜଣଙ୍କ ନାମ ଚର୍ଚ୍ଚା ହୋଇ ଆସୁଛି । କେନ୍ଦ୍ରରେ ବିଜେପି କ୍ଷମତାରେ ଥିବା ବେଳେ ରାଜ୍ୟକୁ କେନ୍ଦ୍ରୀୟ ନେତାମାନଙ୍କର ତୁହାକୁ ତୁହା ବାଲେଶ୍ୱର ଗସ୍ତ କାର୍ଯ୍ୟକ୍ରମ ଯୋଗୁଁ ବିଜେପି କର୍ମୀ ମହଲରେ ଉତ୍ସାହ ଦେଖାଦେଇଛି । ବିଜେପିକୁ ଭୋଟ ଦେବାକୁ ଭୋଟରମାନେ ଯେତିକି ଆଗ୍ରହ ପ୍ରକାଶ କରୁଛନ୍ତି ପ୍ରାର୍ଥୀମାନଙ୍କର ନାମ ଶୁଣିଲା ପରେ ତାହାଠାରୁ ଅଧିକ ବିଜେପିଠାରୁ ମୁହଁ ଫେରାଇବାରେ ଲାଗିଛନ୍ତି । ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ବିଗତ ଦିନର ପ୍ରାର୍ଥୀ ତଥା ଜିଲ୍ଲା ସଭାପତି ମଦନ ମୋହନ ଦତ୍ତଙ୍କୁ ଟିକେଟ୍ ନଦେବା ପାଇଁ ବିଦ୍ୟାର୍ଥୀ ପରିଷଦ, ଯୁବ ସ୍ୱୟଂସେବକ ଏବଂ ବିଜେପି ଦଳର ନୀତି ଆଦର୍ଶରେ ଦୀର୍ଘ ଦିନରୁ ପଡି ରହିଥିବା ବରିଷ୍ଠ ନେତା ଏବଂ କର୍ମୀ ରାଜ୍ୟ ଓ କେନ୍ଦ୍ରଠାରେ ଲିଖିତ ଭାବେ ଫେରାଦ୍ ହୋଇଥିବା ବିଶେଷ ସୁତ୍ରରୁ ପ୍ରକାଶ । ବିଜେଡିର ଛାମୁଆ ନେତା ଇଂ ରବିନ୍ଦ୍ର ଜେନାଙ୍କ ସହିତ ଭିତିରିଆ ସମ୍ପର୍କକୁ ନେଇ ମଙ୍ଗୁଙ୍କୁ ଟିକେଟ୍ ନଦେବା ପାଇଁ ଜିଲ୍ଲା ବିଜେପିରେ ଅସନ୍ତୋଷ ଏତେ ପରିମାଣରେ ବଢି ଯାଇଛି ଯେ ସଦର ନିର୍ବାଚନ ମଣ୍ଡଳୀର ଯଦି ନିରପେକ୍ଷ ବ୍ୟକ୍ତିତ୍ୱକୁ ପ୍ରାର୍ଥୀ କରାନଯାଏ ତେବେ ବିଜେପି ହାତରୁ ଖସି ଯିବାକୁ ଅସ୍ୱିକାର କରାଯାଇନପାରେ । ଅଭିଯୋଗକାରୀମାନେ ଦତ୍ତଙ୍କ ବଦଳରେ ନୀଳଗିରିର ପୂର୍ବତନ ବିଧାୟକ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଯଦି ଶ୍ରୀ ଷଡଙ୍ଗୀ ପ୍ରାର୍ଥୀ ନହୁଅନ୍ତି ତେବେ ଏ.ବି.ଭି.ପିର ପୂର୍ବତନ ଛାତ୍ର ନେତା, ରଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସକ୍ରୀୟ କର୍ମୀ, ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସାଧାରଣ ସଂପାଦକ, କେନ୍ଦ୍ର ଦ୍ୱାରା ମନୋନୀତ ରାଜ୍ୟ ଭିଜିଲାନ୍ସ ଏବଂ ମୋନିଟରିଂ କମିଟିର ସଦସ୍ୟ, ପୂର୍ବତନ ଜିଲ୍ଲା ପରିଷଦର ପ୍ରାର୍ଥୀ, ଜିଲ୍ଲା ରେଡକ୍ରସ୍ ଶାଖାର ଯୁଗ୍ମ ସଂପାଦକ ଗଣେଶ୍ୱର ରାଉତଙ୍କୁ ପ୍ରାର୍ଥୀ କରିବାକୁ ରାଜ୍ୟ ସଂଗଠନ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି ଏବଂ କେନ୍ଦ୍ରୀୟ ସଂଗଠନର ସାଧାରଣ ସଂପାଦକ ରାମଲାଲ୍ଙ୍କଠାରେ ପ୍ରସ୍ତାବ ଆଗତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ