ବାଲେଶ୍ୱର ସଦର ବିଜେପିର ‘ମୋ ମାଟି, ମୋ ଦେଶ’ ଅଭିଯାନ ଆରମ୍ଭ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମକ୍ରମେ ସମଗ୍ର ଭାରତବର୍ଷରେ ‘ମୋ ମାଟି ମୋ ଦେଶ ଅଭିଯାନ’ ଆରମ୍ଭ ହୋଇଛି । ଏହାର ଅନୁରୂପ ଆଜି ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବାରବାଟୀ ସରକାରୀ ମହିଳା ଉଚ୍ଚ ବିଦ୍ୟାଳୟରେ ମୋ ମାଟି ମୋ ଦେଶ ଅଭିଯାନ ଆରମ୍ଭ କରାଯାଇଅଛି । ଏହି ଅଭିଯାନ ଅନ୍ତର୍ଗତ ‘ବସୁଧା ବନ୍ଦନ’ କାର୍ଯ୍ୟକ୍ରମରେ ଅମୃତ ବାଟିକା ନିର୍ମାଣ ପାଇଁ ବୃକ୍ଷରୋପଣ କରାଯାଇଛି । ଏଥି ସହ ମହାନ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଘା ଯତୀନଙ୍କ ପ୍ରତିମୂର୍ତ୍ତିକୁ ସଫେଇ କରାଯିବା ସହ ତାଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପଞ୍ଚପ୍ରଣ ପ୍ରତିଶୃତି, ବସୁଧା ବନ୍ଦନ, ବୀରଙ୍କୁ ବନ୍ଦନ, ଜାତୀୟ ପତାକା ଉତ୍ତୋଳନ ଏବଂ ରାଷ୍ଟ୍ରଗାନ ଆୟୋଜନ କରାଯିବ । ନୂଆଦିଲ୍ଲୀରେ ଅମୃତ ବାଟିକା ସୃଷ୍ଟି କରାଯିବାର ଲକ୍ଷ୍ୟ ରଖି ଦେଶର ପ୍ରତ୍ୟେକ ପଞ୍ଚାୟତରୁ କଳସରେ ମାଟି ସଂଗ୍ରହ କରାଯିବ । ଉକ୍ତ କଳସକୁ ଅମୃତ ବାଟିକାରେ ସ୍ଥାପନା କରାଯିବ । ପଞ୍ଚାୟତ ସ୍ତରରେ ୭୫ଟି ଚାରା ରୋପଣ କରାଯିବ ଯାହାକି ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ସ୍ମୃତିଚାରଣ କରିବ । ‘ମୋ ମାଟି ମୋ ଦେଶ’ର ମୁଖ୍ୟ ଉପାଦାନ ହେଉଛି ‘ମାଟିକୁ ପ୍ରଣାମ, ବୀରଙ୍କୁ ବନ୍ଦନ’ । ଏଥି ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସମସ୍ତେ ଦେଶଭକ୍ତିର ଭାବନରେ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଅଗଷ୍ଟ ୧୩ ରୁ ୧୫ ଯାଏଁ ଉତ୍ସାହର ସହ ନିଜ ଘରେ ଜାତୀୟ ପତାକା ଲଗାଇବା ପାଇଁ ଶ୍ରୀ ଦତ୍ତ ସମସ୍ତଙ୍କୁ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ସୁଜିତ ଦେବ, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ଉପେନ୍ଦ୍ର ଶତପଥୀ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଅଶୋକ ଦାସ, ସରପଞ୍ଚ ରବିନାରାୟଣ ପ୍ରଧାନ, ବିକ୍ରମଜିତ କର, ସୁଶାନ୍ତ ବାରିକ, ଜୟଚନ୍ଦ୍ର କର, ସୁବାଷ ଦାସ, ଅନନ୍ତ ସିଂ, କୃଷ୍ଣଗୋପାଲ କର, ମୁନା ମିସ୍ତ୍ରୀ, ବିରଞ୍ଜନ ମହାରାଣା, ଆଶାଲତା ବାଡି, ସସ୍ମିତା ଦାଶ, ସୁସ୍ମିତା ଶୁକ୍ଳା, ସନ୍ଧ୍ୟାରାଣୀ ମାଝୀ, ଜ୍ୟୋସ୍ନାରାଣୀ ଦାସ, ମଞ୍ଜୁଲତା ମହାଳିକ, ସୁଷମା ରଣା, ମମତା ବେହେରା, ଶିପ୍ରା ଦାସ, ସୁମିତ୍ରା ମହାପାତ୍ର, ସଞ୍ଜୀବ ପ୍ରଧାନ, ଅନନ୍ତ ଚାନ୍ଦ, ଯୋଗେନ୍ଦ୍ର ଖିଲାର, ମନ୍ମୟ ଦାସ, ଶ୍ରବଣ କର, ପ୍ରଦୀପ ସାମନ୍ତ, ଜ୍ୟୋତିରଞ୍ଜନ ପତି, କାର୍ତ୍ତିକ ଜେନା, ତାରକ ନାଥ କର, ପ୍ରଭାସ କର, ସଞ୍ଜୟ ମହାପାତ୍ର, ଆଶିଷ ମାନ୍ନା, କପିଲ ବେହେରା, ସୁବ୍ରତ ରାଜ, ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


