ବାଲେଶ୍ୱର ସଦର ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଜନତା ପାର୍ଟି, ବାଲେଶ୍ୱର ସଦର ପକ୍ଷରୁ ବୁଆଁଳ ଠାରେ ବିଜେଡି ସରକାରର ମଦ ଦୁର୍ନୀତି ଓ କଳାଟଙ୍କାର କାରବାର ବିରୋଧରେ ଆଜି ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି । ଯେଉଁଭଳି ଭାବରେ ଓଡିଶାରେ ବିଜୁ ଜନତା ଦଳ ସରକାରର ପ୍ରୋସ୍ତ୍ରାହନରେ କଂଗ୍ରେସ ସାଂସଦଙ୍କ ଦ୍ୱାରା ଚାଲିଥିବା ମଦ ବେପାର ଉପରେ ଆୟକର ବିଭାଗ ଚଢାଉ କରି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି ତାହା ସାରା ଓଡିଶାକୁ ଆଜି ବିଚଳିତ କରିଛି । ମଦ ମାଫିଆମାନଙ୍କ ଯେଉଁଭଳି ଭାବରେ ଓଡିଶାରେ କଳାଟଙ୍କାର ବେପାର ବଢିଛି ତାହା ପଛରେ ରାଜ୍ୟ ସରକାରଙ୍କ ଅବକାରୀ ନୀତି ଦାୟୀ । ରାଜ୍ୟ ସରକାର ଅବକାରୀ ନୀତିରେ ଦୁର୍ନୀତି କରି ମଦ ମାଫିଆଙ୍କୁ ଅଯାଚିତ ଲାଭ ଦେଉଛନ୍ତି ଓ ସେହି କଳା ଟଙ୍କାରେ ବିଜେଡି ନିର୍ବାଚନ ଲଢୁଛି । କେବଳ ସେତିକି ନୁହେଁ ମଦ ମାଫିଆଙ୍କ ସ୍ୱାର୍ଥ୍ୟରେ ଓଡିଶାରେ ମଦର ବନ୍ୟା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ଓଡିଶାରେ ବର୍ଷକୁ ୫୦ ହଜାର କୋଟି ଟଙ୍କାର ରାଜସ୍ୱ ଲୁଟ ହେଉଛି ଏହି ମଦ ମାଫିଆମାନଙ୍କ ଦ୍ୱାରା ଯାହାର ଲାଭାର୍ଥୀ ହେଉଛି ବିଜୁ ଜନତା ଦଳ । ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ରାଜ୍ୟରେ ଏବଂ ତାଙ୍କ ନାକ ତଳେ ଦେଶର ସର୍ବବୃହତ କଳାଟଙ୍କା ଜବତ କରାଯାଉଛି ଅଥଚ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଓ ଲଜ୍ଜ୍ୟାଜନକ ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ଅଛନ୍ତି? କେନ୍ଦ୍ରୀୟ ଏଜେନ୍ସି ଯଦି ଗଚ୍ଛିତ ଥିବା କଳା ଟଙ୍କା ଖବର ପାଇପାରିଲା; ତାହେଲେ ଓଡ଼ିଶା ପୋଲିସ, ଗୋଇନ୍ଦା ଓ ଇଓଡବ୍ଲ୍ୟୁ କିଭଳି ଜାଣିପାରି ନଥିଲା ? ଏହାର ଅର୍ଥ ହେଉଛି ରାଜ୍ୟ ସରକାରଙ୍କ ଜାଣତରେ ଏହି ଅର୍ଥ ଗଛିତ ରଖାଯାଇଥିଲା । ଅଣଓଡ଼ିଆ ବ୍ୟବସାୟୀମାନେ ଓଡ଼ିଶାର ଖଣି ଓ ଚିଟ୍‌ଫଣ୍ଡ ଟଙ୍କାକୁ ଲୁଟ୍ କରିଥିଲେ । ଏବେ ଅଣଓଡିଆ ମଦ ବେପାରୀମାନେ ଓଡ଼ିଶାକୁ ଲୁଟ୍ କରୁଛନ୍ତି । ଦୁର୍ନୀତି, ବ୍ୟଭିଚାର, ଭ୍ରଷ୍ଟାଚାରରେ ରାଜ୍ୟ ସରକାର ୧ ନମ୍ବର ଥିବାବେଳେ ଏବେ “କଳାଟଙ୍କା”ରେ ମଧ୍ୟ ରାଜ୍ୟ ସରକାର ୧ ନମ୍ବର ହେଲେ । ଜବତ ହୋଇଥିବା ଟଙ୍କା ହେଉଛି ଓଡିଶାର ଗରିବ ଲୋକଙ୍କ ଟଙ୍କା । ଏହି ଟଙ୍କାକୁ ଲୁଟ କରାଯାଇ ଏଭଳି ମଦ ମାଫିଆମାନଙ୍କ ପାଖରେ ସୁରକ୍ଷିତ ରଖାଯାଇ ପୁଣି ନିର୍ବାଚନ ବେଳେ ଲୋକଙ୍କୁ ବଂଟା ଯାଉଛି । ଓଡିଶାର ଗରିବ ଲୋକଙ୍କ ବିରୋଧରେ ହୋଇଥିବା ଏକ ବଡ ଷଡଯନ୍ତ୍ର ଧରାପଡିଛି ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ଉପେନ୍ଦ୍ର ନାଥ ଶତପଥୀ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ସରପଞ୍ଚ ଜିତେନ ଜେନା, ସମିତିସଭ୍ୟ ମାୟାଧର ମହାଳିକ, ନାଏବ ସରପଞ୍ଚ ସୁଜାତା ଦାଶ, ପୂର୍ବତନ ସରପଞ୍ଚ ଶ୍ରୀକାନ୍ତ ଜେନା, ଗଣେଶ ପାଢୀ, ଗଜେନ୍ଦ୍ର ଜେନା, ଅଶୋକ ମହାକୁଡ, କାହ୍ନୁ ମହାଳିକ, ପ୍ରଶାନ୍ତ ବେହେରା, ଟୁଟୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ