ବାଲେଶ୍ୱର ସଦର ବ୍ଲକ କଷାଫଳ ପଞ୍ଚାୟତ ବହୁ ବିଜେପି ଯୁବକ ବିଜୁ ଜନତା ଦଳରେ ଯୋଗଦେଲେ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ ) : ବାଲେଶ୍ୱର ସଦର ବ୍ଲକ କଷାଫଳ ପଞ୍ଚାୟତର ବହୁ ବିଜେପି ଯୁବକ ଅଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବାଲେଶ୍ୱର ବିଧାୟକ ତଥା ସଦରର ବିଜେଡ଼ି ବିଧାୟକ ପାର୍ଥି ଜୀବନ ପ୍ରଦୀପ ଦାଶଙ୍କ ୁଉପସ୍ଥିତିରେ ଶତାଧିକ ବିଜେପି ଯୁବକ ବିଜୁ ଜନତା ଦଳରେ ସାମିଲ ହୋଇଥିବା ବେଳେ ଏହି ଯୋଗଦାନ ଫଳରେ ଉକ୍ତ ପଞ୍ଚାୟତରେ ବିଜୁ ଜନତା ଦଳ ଶକ୍ତିଶାଳି ହେବ ବୋଲି କହିଥିଲେ । କଷାଫଳ ପଞ୍ଚାୟତର ସରପଞ୍ଚ ବିଜୟ ଭୂୟାଁ, ସମିତିସଭ୍ୟ ବୈଦନାଥ ମାନ୍ନା, ବିଜେଡ଼ି ପଞ୍ଚାୟତ ସଭାପତି ସମର ପଣ୍ଡା ନେତୃତ୍ୱରେ ବିରେନ୍ଦ୍ର ପରିଡ଼ା, ସମର ରଣା, ଅଯୋଦ୍ଧା ରଣା, ଅନାମ ମଣ୍ଡଳ, ପୁରୁଷୋତ୍ତମ ବେହେରା, ଯୋଗେନ୍ଦ୍ର ଗଂତା, ଜଗନ୍ନାଥ ଗଂତା, ରାଧାକୃଷ୍ଣ ବେହେରା, ଶତୃଘ୍ନ ବେହେରା, ସୁବ୍ରତ ରଣା, ନରେନ୍ଦ୍ର ଗାଂତା, ଧିରେନ୍ଦ୍ର ପରିଡ଼ା,ଏକାଦଶୀ ବେହେରା, ରବିନ୍ଦ୍ର ବେହେରା, ସରୋଜ କୁମାର ପତ୍ରୀ, ରମେଶ ଘଡ଼େଇ, ଉମେଶ ଘଡ଼େଇ, କୃତିବାସ ବେହେରା, ମୁରଲୀ ରଣା, ଶ୍ରୀଧର ରଣା, ଯଶୋବନ୍ତ ମଣ୍ଡଳ, ନବଘନ ବେହେରା, କମଳାକାନ୍ତ ପ୍ରମାଣିକ, ଦୀନବନ୍ଧୁ ସେଠୀ, ବାବୁଲି ଘଡ଼େଇ, ଅନନ୍ଦ ବେହେରା, ବିନୋଦ ମର୍ଡଳ, ପ୍ରମୋଦ ମଣ୍ଡଳଙ୍କ ସହ ବହୁ ଯୁବକ ବିଜେଡ଼ିରେ ଯୋଗ ଦେଇଥିଲେ ।