ବାଲେଶ୍ୱର ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶାର ପ୍ରାଣକେନ୍ଦ୍ର ବାଲେଶ୍ୱରରେ ଏକ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ଗତ ୩ବର୍ଷ ଧରି ଦାବି ଗଣତାନ୍ତ୍ରିକ ଆନ୍ଦୋଳନ ହୋଇଆସୁଛି । ସମିତିର ସଭାପତି ଡ. କେଶବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକର ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ ଭାସ୍କର ଚନ୍ଦ୍ର ପାଢ଼ୀ ଆୟବ୍ୟୟ ଉପସ୍ଥାପନ କରିଥିଲେ । ସଭାପତି ଡ. ପଣ୍ଡା ବାଲେଶ୍ୱରରେ ଏକ କୃଷି ବିଦ୍ୟାଳୟ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ଦୀର୍ଘ ୩ବର୍ଷ ଧରି ବାଲେଶ୍ୱରବାସୀ ବିଭିନ୍ନ ପର୍ଯ୍ୟାୟରେ ଦାବି କରିଆସୁଛନ୍ତି । ବାଲେଶ୍ୱରର ଖ୍ୟାତନାମା କୃଷି ବୈଜ୍ଞାନିକ, କୃଷିବିତ୍‌, କୃଷକ, କୃଷିଶ୍ରମିକ ଓ ବହୁ ବୁଦ୍ଧିଜୀବୀଙ୍କୁ ଗଠିତ ବାଲେଶ୍ୱର ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତି ନାମରେ ଏକ ସଂଗଠନ କାର୍ଯ୍ୟ କରୁଅଛି । ରାଜ୍ୟ ଓ କେନ୍ଦ୍ର ସରକାର ତଥା କୃଷି ସମ୍ବନ୍ଧୀୟ ପଦାଧିକାରୀମାନଙ୍କୁ ସମିତି ପକ୍ଷରୁ ଏହି ଦାବି ସମ୍ପର୍କରେ ବାରମ୍ବାର ଅବଗତ କରାଯାଉଛି । ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହ ସାକ୍ଷାତ ଆଲୋଚନାରେ ଏହି ଦାବି ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଛି ଓ ସେମାନେ ସମିତିର ଯୁକ୍ତିଯୁକ୍ତ ଦାବିକୁ ସମର୍ଥନ ଜଣାଇଛନ୍ତି । ଏ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ତା ୨୪-୧୧-୨୦୨୪ରିଖରେ ପଢ଼ୁଆଁପଦା ସ୍ଥିତ ଉଠାଜଳସେଚନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ଏବଂ ରେମୁଣା ହନୁମାନ ମନ୍ଦିରସ୍ଥିତ ମଣ୍ଡପରେ ରେମୁଣାର ସମସ୍ତ ସରପଞ୍ଚ, ପଞ୍ଚାୟତ ସମିତି ତଥା ଲୋକ ପ୍ରତିନିଧିମାନଙ୍କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଇତିମଧ୍ୟରେ ବସ୍ତା ବିଧାୟିକା ସୁବାସିନୀ ଜେନା ଏବଂ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଏ ବିଷୟରେ ବିଧାନସଭାରେ ଶୂନ୍ୟକାଳରେ ପ୍ରଶ୍ନ ଉଠାଇ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ପୁନଶ୍ଚ ଆଜି ବୈଠକରେ ନିଷ୍ପତ୍ତିକ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତା ମାସରେ ବ୍ୟକ୍ତିଗତଭାବେ ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ଆମର ଦାବି ତାଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ସ୍ଥିର ହେଲା । ପରବର୍ତ୍ତୀ ପର୍ଯ୍ୟାୟରେ ଧାରଣାତ୍ମକ ଆନ୍ଦୋଳନ କରିବା ପାଇଁ ସର୍ବସମ୍ମତ୍ତିକ୍ରମେ ଆଜି ସଭାରେ ନିଷ୍ପତ୍ତିଗ୍ରହଣ କରାଗଲା । ଏହି ବୈଠକରେ ପରିଷଦର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ଉପସଭାପତି ଡ. କ୍ଷିତୀଶ୍ୱର ଦାଶ, ଅପର୍ଣ୍ଣା ମହାପାତ୍ର, ହରନାରାୟଣ ମଢ଼ୁଆଳ, ଅକ୍ଷୟ କୁମାର ତ୍ରିପାଠୀ, ରବିନାରାୟଣ ଭୋଳ, ସୁରେନ୍ଦ୍ର ପ୍ରସାଦ ଦିକ୍ଷିତ୍‌, ଭୂପତି କୁମାର ପାତ୍ର, ଧୀରେନ୍ଦ୍ରନାରାୟଣ ପ୍ରହରାଜ, ମନୋଜ କୁମାର ବେହେରା, ଶଶାଙ୍କ ଶେଖର ଜେନା, ରବି କୁମାର ପାଣିଗ୍ରାହୀ, ପୁରୁଷୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ଦେବା ସହ ସହଯୋଗ କରିଥିଲେ । ଶେଷରେ ଗୋପୀକୃଷ୍ଣ ମହାନ୍ତି ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ