ବାଲେଶ୍ୱର ସାମ୍ବାଦିକଙ୍କ ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) :ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ଅବସରରେ ୧୩ ତାରିଖରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଜାରି ରହିଥିବା ବେଳେ ଏଥିରେ ବାଦ ପଡ଼ି ନାହାନ୍ତି ବାଲେଶ୍ୱରର ଗଣମାଧ୍ୟମ ପ୍ରତିନିଧି । ବାଲେଶ୍ୱରର ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ରବିବାର ତ୍ରିରଙ୍ଗା ଶୋଭାଯାତ୍ରା କରିଛନ୍ତିି । କଚୋରୀ ପରିସରସ୍ଥ ସାମ୍ବାଦିକ ପ୍ରକୋଷ୍ଠ ନିକଟରୁ ଏହି ଶୋଭାଯାତ୍ରା ବାହାରିଥିଲା । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ ପତାକା ଦେଖାଇ ତ୍ରିରଙ୍ଗା ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ । ସାମ୍ବାଦିକଙ୍କ ଏହିଭଳି ସାଧୁ ଉଦ୍ୟମକୁ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ସେ କହିଥିଲେ । ଏହି ଶୋଭାଯାତ୍ରା କଚେରୀ ହତାରୁ ବାହାରି ଫାଣ୍ଡିଛକ, ଏଫଏମ ଗୋଲେଇ, ଅଇଟିଆଇ ଛକ, ହେମକାପଦା ଛକ, ଗଡ଼ଗଡ଼ିଆ ଛକ, ଆର୍ତ୍ତ କବିରାଜ ରୋଡ଼, ସିନେମା ଛକ, ଚିଡ଼ିଆପୋଲ ଛକ ଦେଇ ପୁଣି ସାମ୍ବାଦିକ ପ୍ରକୋଷ୍ଠ ନିକଟରେ ପହଞ୍ଚିଥିଲା । ବାଇକରେ ତ୍ରିରଙ୍ଗା ପତାକା ଲଗାଇ ଦେଶପ୍ରୀତି ସ୍ଲୋଗାନ ଦେଇ ସାମ୍ବାଦିକମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଆୟୋଜିତ ଉଦଯାପନ କାର୍ଯ୍ୟକ୍ରମରେ ବରଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ରଞ୍ଜନ ବାଗ, ଦେବବ୍ରତ ପାଣିଗ୍ରାହୀ, ଉଜ୍ଜ୍ୱଳ ଚନ୍ଦ୍ର କର, ଶିବ ଦାସକୁଣ୍ଡୁ, ଉବାଚକ ମହାନ୍ତି, ବଂଶୀଧର ଜେନା, ରଶ୍ମିରଞ୍ଜନ ଦାସ, ମନୋଜ ରାଉଳ, ମାନସ ରଞ୍ଜନ ବିଶ୍ୱାଳ, ରତିକାନ୍ତ ପାତ୍ର, ହାଇଦର ଖାନ ପ୍ରମୁଖ ଅମୃତ ମହୋତ୍ସବରେ ତ୍ରିରଙ୍ଗା ଯାତ୍ରା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ମତାମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ, ହିମାଂଶୁ ଦାସ, ସନ୍ଦୀପ୍ତ ଦାସ, ମିତ୍ରଭାନୁ ପଲେଇ, ବିବେକାନନ୍ଦ ଦାସ, ଅଜିତ କୁମାର ମହାନ୍ତି, ବାସୁଦେବ ରାଉଳ, ବିନାୟକ ମହାପାତ୍ର, ଭଗବାନ ଦାସ, ଅର୍ଦ୍ଧେନ୍ଦୁ ମିଶ୍ର, ବ୍ରହ୍ମାନନ୍ଦ ସ୍ୱାଇଁ, ଶେଖ ନଜିମ, ରମଣୀ ରଞ୍ଜନ ଦାସ, ପ୍ରସନ୍ନଜିତ ଆସ, ଗଣେଶ ଚନ୍ଦ୍ର ସେଠୀ, ତପନ କୁମାର ଦାସ, ଦୀପକ ନାୟକ,ଦୀପକ ମଲିକ, ଜ୍ଞାନ ରଞ୍ଜନ ଦାସ, ପ୍ରମୁଖଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ବହୁ ପ୍ରତିନିଧି ଏହି ତ୍ରିରଙ୍ଗା ଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ