ବାଲ୍ଡା ଅଞ୍ଚଳ ପ୍ରକମ୍ପିତ ହେଲା ଆଦାନୀ ଗୋ ବ୍ୟାକ୍ ଧ୍ଵନି

କୋରାପୁଟ,(ହେମନ୍ତ ପାଣଗ୍ରାହୀ) : ପ୍ରାକୃତିକ ଶୋଭାରାଜି ରେ ଭରପୂର କୋରାପୁଟ ଜିଲ୍ଲା । ଏହି ଜିଲ୍ଲା ରେ ବକ୍ସାଇଟ ଭରପୁର ହୋଇ ରହିଛି। ବକ୍ସାଇଟ ଖନନ ଓ ରିଫାଇନାରି ନିମନ୍ତେ ଜିଲ୍ଲାର ଦାମନ୍ ଯୋଡ଼ି ଠାରେ କାରଖାନା ରହିଛି। ଗତକାଲି ନନ୍ଦପୁର ବ୍ଲକର ନାଗେଶ୍ୱରୀ ପାହାଡରୁ ବକ୍ସାଇଟ ଖଣି ଖନନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଜନ ଶୁଣାଣି କାର୍ଯ୍ୟକର୍ମ ଆୟୋଜନ ହୋଇଥଲା।ଏହି ଜନ ଶୁଣାଣିକୁ ସ୍ଥାନୀୟ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଅଟିରିକ୍ତ ଜିଲ୍ଲା ପାଳ ଆଲୋମଣି ସେଠୀ ଓ କଳିଙ୍ଗ ଆଲୁମିନା ର ଅଧିକାରୀ ଯୋଗ ଦେଇଥିଲେ । କୋରାପୁଟ ଜିଲ୍ଲା, ନନ୍ଦପୁର ତହସିଲ ଅନ୍ତର୍ଗତ ବାଲଡା ଗ୍ରାମରେ ୧୪୪.୯୪୫ ହେକ୍ଟର ଲିଜ୍ ଅଞ୍ଚଳ ସ୍ଥିତ ବାଲଡା ବକ୍ସାଇଟ୍ ଖନନ ଲାଗି ଜନ ଶୁଣାଣୀ ସମୟରେ ଖଣି ର ସର୍ବାଧିକ ମୁଲ୍ୟାଙ୍କିତ କ୍ଷମତା ୪.୦ ଏମଟି ପିଏ ରହିଛି। ମେସର୍ସ କଳିଙ୍ଗ ଆଲୁମିନା ଲିମିଟେଡ଼ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା ଏବଂ ଜିଲ୍ଲା ପ୍ରଶାସନ, କୋରାପୁଟ ପକ୍ଷରୁ ଲୋକଙ୍କ ମତାମତ ଗ୍ରହଣ କରାଯିବା ନିମନ୍ତେ କୋରାପୁଟ ଜିଲ୍ଲା ନନ୍ଦପୁର ତହସିଲ ଅନ୍ତର୍ଗତ ଭେଜା ମୌଜା ଖାତା ନଂ ୨୭, ପ୍ଲଟ ନଂ ୨୨୫, ୨.୪୮ ଏକର ଅଞ୍ଚଳ ରହିଛି । ଜନଶୁଣାଣୀ ଆରମ୍ଭ ହେବା ସମୟରେ କଳିଙ୍ଗ ଆଲୁମିନା ପ୍ରକଳ୍ପ ତରଫରୁ ସେଠାକାର ଅଧିବାସୀ ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦିଆଯାଇଥିଲା କୀନ୍ତୁ କମ୍ପାନୀ ର ପ୍ରଲୋଭନ ରେ ପ୍ରଲୋଭିତ ନ ହୋଇ ସେଠାକାର ଅଧିବାସୀ ମାନେ ପ୍ରବଳ ବିରୋଧ ପ୍ରଦର୍ଶନ କରିଥିଲେ । କୋରାପୁଟ ପ୍ରାକୃତିକ ସମ୍ପଦରେ ଭରପୁର ବାଲଦା ଗୁମ୍ଫାରେ ଖଣି ଖନନ ପାଇଁ ଲୋକେ ତୀବ୍ର ବିରୋଧ କରି ଆସୁଛନ୍ତି ଏଠାରେ ଜନଜାତିଙ୍କ କଡା ବିରୋଧ ରହିଛି । ପୂର୍ବ ସରକାର ଏହାକୁ ଜୈବ ପର୍ଯ୍ୟଟନ ରୂପେ ଘୋଷଣା କରିବା ସହ ଏହାର ବିକାଶ ଲାଗି ଘୋଷଣା କରିଥିଲେ ।
ଜନଶୁଣାଣୀ ପୂର୍ବରୁ ନଗେଶ୍ବରୀ ପାହାଡ଼ ସୁରକ୍ଷା ମଞ୍ଚ ପକ୍ଷରୁ ଖଣି ଖନନ ଓ ଖଣି ପ୍ରଦାନକୁ ବିରୋଧ କରି କିତିବା ଛକରେ ଏକ ବିରାଟ ଶୋଭାଯାତ୍ରା କରିଥିଲେ। ଜନଶୁଣାଣି ସମୟରେ ସ୍ଥାନୀୟ ଅଧିବାସୀ ଆଦାନୀ ଗୋ ବ୍ୟକ୍ ନାରା ଲଗାଇ ଥିଲେ। ସରକାର ଖଣି ପ୍ରଦାନ ଅପେକ୍ଷା ବାଲଦା ଗୁମ୍ଫାର ସୁରକ୍ଷା ଓ ପର୍ଯ୍ୟଟନର ବିକାଶ ଲାଗି ସେଠାକାର ଅଧିବାସୀ ସରକାରଙ୍କୁ ଦାବୀ ଜଣାଇ ଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ