ବାଲ୍ଯବିବାହ ନିବାରଣ ସମ୍ପର୍କିତ ସଚେତନତା

ଦିଗପହଣ୍ଡି,(ଅଳକନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭିଷ୍ମଗିରି ରାମଜୀ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସୋମବାର  ” ବାଲ୍ଯ ବିବାହ ନିବାରଣ” ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ସଂସ୍ଥା, ଯୁବ ରେଡକ୍ରସ ଓ ଭାରତ ସ୍କାଉଟ ଏବଂ ଗାଇଡର ମିଳିତ ଆନୁକୁଲ୍ଯରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରାମଜୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଂଜନ କର ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ରୂପେ ଦିଗପହଣ୍ଡି ସମନ୍ବିତ ଶିଶୁବିକାଶ ଅଧିକାରୀ ପୁଷ୍ପାଞ୍ଜଳୀ ଶତପଥି , ସମ୍ମାନିତ ଅତିଥି ରୂପେ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁଧିରଞ୍ଜନ ହୋତା , ଅଧ୍ଯାପିକା ଇତିପ୍ରଭା , କୁମାରୀ ପ୍ରିୟଦର୍ଶନୀ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ବାଲ୍ଯ ବିବାହ ଏକ ସାମାଜିକ ଘୃଣ୍ୟ ଅପରାଧ ଏବଂ ଏହାର ନିରାକରଣ ଦିଗରେ ସମ୍ମିଳିତ ପ୍ରୟାସ ହେବା ଜରୁରୀ ବୋଲି ଅତିଥିଗଣ ନିଜସ୍ବ ବକ୍ତବ୍ଯରେ ପ୍ରକାଶ କରିଥିଲେ । ଶନିବାର ଆନ୍ତର୍ଜାତିୟ ମହିଳା ଦିବସ ପାଳନ ଅବସରରେ କଲେଜର କାର୍ଯ୍ୟରତ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ସେବା ଓ କର୍ତ୍ତବ୍ୟନିଷ୍ଠା ପାଇଁ ପୁଷ୍ପ ଗୁଚ୍ଛ ଓ  ଉପଢୌକନ ଦେଇ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ  ଯୁବ ରେଡକ୍ରସ ଉପଦେଷ୍ଟା  ରଞ୍ଜନ କୁମାର ଗୌଡ ସହଯୋଗ କରିଥିଲେ ।ଶେଷରେ ଭାରତ ସ୍କାଉଟ ଏବଂ ଗାଇଡର ପ୍ରଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ