ବାଲ୍ୟବିବାହ ନିଷେଧ ଟାଙ୍ଗୀ ଚୌଦ୍ୱାର ବ୍ଲକ ସ୍ତରୀୟ ଟାକ୍ସ ଫୋର୍ସ ସଦସ୍ୟ ନିଯୁକ୍ତି
ଚୌଦ୍ୱାର,(ଦୀପକ୍ କୁମାର ବେଉରା): ଟାଙ୍ଗୀ ଚୌଦ୍ୱାର ବ୍ଲକ ନୋଡାଲ ଏନ.ଜି.ଓ. ର ଅଧକ୍ଷ ଓ ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ନରୋତ୍ତମ ଦାସ ଆଜି ଟାଙ୍ଗୀ ଚୌଦ୍ୱାର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ଚିଠି ୩୯୬୨/୧୯.୧୧.୨୦୨୦ ରିଖ ଙ୍କ ଆଦେଶ ରେ ବ୍ଲକ ସ୍ତରୀୟ ବାଲ୍ୟବିବାହ ଟାକ୍ସ ଫୋର୍ସ କମିଟି ସଦସ୍ୟ ରୂପେ ନିଯୁକ୍ତି ପାଇଛନ୍ତି | ଶ୍ରୀ ଦାସ ନିଜର ସମାଜସେବା ସମୟ ମଧ୍ୟ ରେ କଟକ ଜିଲ୍ଲା ଓ ଜିଲ୍ଲା ବାହାରେ ଉଦ୍ଧାର ଫାଉଣ୍ଡେସନ ସାମାଜିକ ସଂଗଠନ ମାଧ୍ୟମ ରେ ବହୁ ବାଲ୍ୟ ବିବାହ କୁ ବନ୍ଦ କରିବାରେ ସଫଳତା ପାଇଛନ୍ତି l ଏହି ନିଯୁକ୍ତି ଫଳରେ ଟାଙ୍ଗୀ ଓ ଚୌଦ୍ୱାର ଏରିଆ ର ଦୁଇଟି ଥାନା ଯଥା ଚୌଦ୍ୱାର ଓ ଟାଙ୍ଗୀ ଅଞ୍ଚଳ ର ଦୁର୍ଗମ ପଞ୍ଚାୟତ ଓ ଗାଁ କୁ ଯାଇ ବାଲ୍ୟବିବାହ ନିଷେଧ ସଚେତନତା ବାର୍ତା ପଂହଁଚାଇବା ସହ ବାଲ୍ୟବିବାହ ବନ୍ଦ କରିବାରେ ସଫଳତା ପାଇବେ ବୋଲି ଆଶାବାଦୀ l ବାଲ୍ୟ ବିବାହ କିପରି ଟାଙ୍ଗୀ ଚୌଦ୍ୱାର ଅଂଚଳ ରେ ବନ୍ଦ କରାଯାଇ ପରିବ ସେଥି ପ୍ରତି ଗୁରୁତ୍ୱ ଦେବେ ବୋଲି ପ୍ରତିଶୃତିବଦ୍ଧ ବୋଲି ନିଜର ମତ ଦେଇଛନ୍ତି l ଏହି ନିଯୁକ୍ତି ପାଇଁ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ବିନୋଦ କୁମାର ସେନାପତି, ଜିଲ୍ଲା ନୋଡାଲ ଏନ. ଜି. ଓ ର ସଭାପତି ଶ୍ରୀଯୁକ୍ତ ଅମୀୟ ବିଶ୍ୱାଳ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି |


