ବାଲ୍ୟ ବିବାହ ଓ ନିଶାମୁକ୍ତ ସଚେତନତା ଶୋଭାଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକରୁ ବାଲ୍ୟ ବିବାହ ଓ ନିଶାମୁକ୍ତ ବ୍ଳକ ଭାବେ ପରିଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ବଳିଷ୍ଠ ପଦକ୍ଷେପ ନେଇଥିବାରୁ ଏହି ପରିପେକ୍ଷୀରେ ଆଜି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ଭାରପ୍ରାପ୍ତ ବିଡିଓ କିଶୋର ଚନ୍ଦ୍ର ଦାସ, ଥାନା ଅଧିକାରୀ ସୁଜିତ କୁମାର ନାୟକ, ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର,ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଲଳିତା ମଲ୍ଲିକ, ଜିପିଇଓ ଖଗେଶ୍ଵର ଭୂୟାଁ, ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ଯାପକ ଅନୀଲ କୁମାର ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରୀମାନେ ବାଲ୍ୟ ବିବାହ ଓ ନିଶାମୁକ୍ତ କରିବା ପାଇଁ ଶପଥ ପାଠ କରିଥିଲେ।ଏହାପରେ ସମସ୍ତେ ହାତରେ ଫ୍ଳାକାର୍ଡ ଧରି ସଚେତନତାର ବାର୍ତ୍ତା ନେଇ ଶୋଭାଯାତ୍ରାରେ ସ୍ଥାନୀୟ ବଜାର ପରିକ୍ରମା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ