ବାଲ୍ୟ ବିବାହ ନିରାକରଣ ପାଇଁ ଗଜପତିରେ କର୍ମଶାଳା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ରାୟଗଡା ବ୍ଲକର ଜିରାଙ୍ଗ ପଂଚାୟତରେ ଅବସ୍ଥିତ ଗୁଦଗୁଦା ଠାରେ କୈଳାଶ ସତ୍ୟାର୍ଥୀ ଚିଲଡ୍ରେନ ଫୋୖଣ୍ଡସନ ସହାୟତାରେ ସିସିଡି ଅନୁଷ୍ଠାନ ପକ୍ଷରୁ ବ୍ଲକର ସରପଞ୍ଚ ମାନଙ୍କୁ ନେଇ ବାଲ୍ୟ ବିବାହ ନିରାକରଣ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏହି ଅନୁଷ୍ଠିତ କର୍ମଶାଳାର ମୁଖ୍ୟ ଉଦେଶ୍ୟ ବିଷୟରେ ବିଜୟ ପ୍ରଧାନ (ଜିଲ୍ଲା ସଂଯୋଜକ) ଜଣାଇଥିଲେ ଯେ ବାଲ୍ୟ ବିବାହ କୁ କିପରି ରୋକିପାରିବା, ଓ ସରକାରଙ୍କ ବିଭିନ୍ନ ଯୋଜନାରେ ଗ୍ରାମସ୍ତରରେ ଅବହେଳିତ ଶିଶୁମାନଙ୍କୁ କିପରି ଥଇଥାନ କରିବା। ସରପଞ୍ଚ ମାନେ ନିଜର ପଞ୍ଚାୟତରେ ଥିବା ଅବହେଳିତଙ୍କ ବିଷୟରେ ପଙ୍ଖାନୁ ପୁଙ୍ଖ ଆଲୋଚନା ପରରେ ନିମ୍ନଲିଖିତ ନିଷ୍ପତି ଗୁଡିକ ନିଆଯାଇ ଏକ ଲିଖିତ ଖସଡ଼ା ପ୍ରସ୍ତୁତି କରାଯାଇଛି ଯଥା – ପ୍ରତ୍ୟେକ ମାସିକ ପଂଚାୟତ ମୀଟିଙ୍ଗ ରେ ଶିଶୁଙ୍କ ସମଷ୍ୟା ଓ ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଯୌନ ନିର୍ଯ୍ୟାତନା ଦୂରୀକରଣ ବିଷୟରେ ଆଲୋଚନା କରାଯିବ। ପ୍ରତ୍ୟେକ ଗ୍ରାମ ସଭା ଓ ପଲ୍ଲୀ ସଭାରେ ଶିଶୁଙ୍କ ସମସ୍ୟା ଉପସ୍ଥାପନା କରାଯିବ। ପ୍ରତ୍ୟେକ ଗ୍ରାମରେ ଥିବା ଶିଶୁ ସୁରକ୍ଷା କମିଟି କିପରି ମଜବୁତ କରିବା ସହ ୱର୍ଡମେମ୍ବର, ଅଙ୍ଗନବାଡି, ଆଶା, ଶିକ୍ଷକ ଓ ସ୍ବେଛାସେବୀ ସଂଘଠନ ମାନେ ସଚେତନତା ସୃଷ୍ଟି କରିବା।
ଶିଶୁପାଇଁ ଦିନଟି କାର୍ଯ୍ୟକ୍ରମ କିପରି ଠିକ ସମୟରେ ବୈଠକ କରିବା ସହ ସମସ୍ତ ମେମ୍ବର ମାନେ କିପରି ଉପସ୍ଥିତ ରହିବେ।ପଂଚାୟତରେ ଉପଲବ୍ଧି ହେଉଥିବା ପାଣ୍ଠିର 5 ଭାଗ କିପରି ଅବହେଳିତ ଶିଶୁ ଓ ମହିଳାମାନଙ୍କୁ ସହାୟତା କରିବା।ପ୍ରତ୍ୟେକ ଗ୍ରାମରେ ବାଲ୍ୟ ବିବାହ ଦୂରୀକରଣ ନିମନ୍ତେ “କାନ୍ଥରେ ଚିତ୍ର ଅଙ୍କନ ” କରି ସଚେତନତା ସୃଷ୍ଟି କରିବା। ଅବହେଳିତ ଥିବା ଶିଶୁ ନଜର ରେ ଆସିଲେ ତୁରନ୍ତ ଟୋଲ ଫ୍ରି (1098) ନମ୍ବରକୁ ଜଣାଇବା।ଉପରୋକ୍ତ ବିଷୟରେ ଆଲୋଚନା କରି ସରପଞ୍ଚ ମାନେ ଲିଖିତ ଭାବେ ଦେବା ସହ ବାଲ୍ୟ ବିବାହ ବିରୋଧରେ ଶପଥପାଠ କରାଯାଇଥିଲା ଉକ୍ତ କର୍ମଶାଳା ରେ ଶିଶୁ ସୁରକ୍ଷାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ