ବାଲ୍ୟ ବିବାହ ନିରାକରଣ ବୈଠକ, ବିବାହ ସମୟରେ ପୁଅଝିଅଙ୍କ ଆଧାର କାର୍ଡ ଯାଞ୍ଚ କରାଯିବ : ଜିଲ୍ଲାପାଳ

ଛତ୍ରପୁର : ଜିଲ୍ଲାରେ ବାଲ୍ୟ ବିବାହକୁ ସଂପୂର୍ଣ୍ଣ ନିରାକରଣ କରିବା ପାଇଁ ପ୍ରତ୍ୟେକ ବିବାହରେ ପୁଅଝିଅଙ୍କ ଆଧାର କାର୍ଡ ଯାଞ୍ଚ ବାଧ୍ୟତାମୂଳକ ହେବ । ଏଥିପାଇଁ ଗ୍ରାମ୍ୟ ସ୍ତରରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ ଏବଂ ପ୍ରାଥିମକ ଶିକ୍ଷାନୁଷ୍ଠାନର ଶିକ୍ଷକଙ୍କୁ ନେଇ ଏକ କମିଟି ଗଠନ କରାଯିବ । ଏମାନେ ବରକନ୍ୟାଙ୍କ ଆଧାର କାର୍ଡ ଯାଞ୍ଚ କରି ସେମାନଙ୍କର ବିବାହ ବୟସ କନ୍ୟା କ୍ଷେତ୍ରରେ ୧୮ ବର୍ଷ ଏବଂ ବର କ୍ଷେତ୍ରରେ ୨୧ ବର୍ଷ ହୋଇଛି କି ନାହିଁ ତଦାରଖ କରିବେ । ବୟସ କମ୍ ହୋଇଥିଲେ ସଂପୃକ୍ତ ପଞ୍ଚାୟତରାଜ ପ୍ରତିନିଧି କିମ୍ବା କୌଳିକ ସଂଗଠନର କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବେ । ଆପୋଷ ବୁଝାମଣାରେ ଏହାର ସମାଧାନ ନହେଲେ ଆଇନଗତ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗଞ୍ଜାମ ଜିଲ୍ଲାପାଳ ବାଲ୍ୟ ବିବାହ ବିପକ୍ଷରେ ପାରମ୍ପରିକ ନେତୃତ୍ତ୍ୱଙ୍କ ସମୂହ ଶୁଭାରମ୍ଭ କରିବା ବାଲ୍ୟ ବିବାହ ଦ୍ୱାରା ଜଣେ ନାବାଳିକାର ଶାରୀରିକ, ମାନସିକ ସ୍ତରରେ ବୃଦ୍ଧି ପାଇନଥିବ । ସେହି ସମୟରେ ବିବାହ କରାଗଲେ, ସେ ଗର୍ଭବତୀ ହୋଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ପ୍ରାଣ ହରାଇଥାଏ । ନବାଳିକାଙ୍କ ଖେଳକୁଦ ସମୟରେ ବିବାହ ପ୍ରଥାକୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ କେବଳ ଜିଲ୍ଲା ପ୍ରଶାସନ କାର୍ଯ କରିବା ସହ ବିଭିନ୍ନ କୌଳିକ ସଂଗଠନମାନେ ଆନ୍ତରିକତା ସହ କାର୍ଯ୍ୟ କରିବା ତେବେ ଜିଲ୍ଲାରେ ବାଲ୍ୟ ବିବାହ ପ୍ରଥା ହିଁ ରହିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଏଣୁ ଆଇନଗତ ପନ୍ଥା ଅପେକ୍ଷା ବାଲ୍ୟ ବିବାହକୁ ରୋକିବାରେ ସଚେତନତା ଓ ବିଭିନ୍ନ କୌଳିକ ସଂଗଠନର ମୁଖିଆମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ । ବିବାହ ପୂର୍ବରୁ ବରକନ୍ୟାଙ୍କ ଏଚ୍.ଆଇ.ଭି. ପରୀକ୍ଷା ବାଧ୍ୟତାମୂଳକ କରାଯିବ । ମମତା ଯୋଜନାରେ ବାଲ୍ୟ ବିହାହ କୁପ୍ରଭାବ ଉପରେ ସଚେତନତା ସୃଷ୍ଟି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପୁରୁଣା କୋଠାସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ, ୟୁନିସେଫ୍ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆକ୍ସନ୍ ଏଡ୍ ସହାୟତାରେ ଅନୁଷ୍ଠିତ ବାଲ୍ୟ ବିବାହ ନିରାକରଣ ବୈଠକରେ ଗଞ୍ଜାମ ଜିଲ୍ଲାର ଯେଉଁ କୌଳିକ ସଂଗଠନର ମୁଖିଆମାନେ ସ୍ଥାନୀୟ ଅଞ୍ଚଳରେ ବାଲ୍ୟ ବିବାହକୁ ରୋକିବାରେ ପ୍ରମୁଖ ଭୂମିକା ନେଇଥିଲେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଶାର ବାଲ୍ୟବିବାହ ୨୧ ପ୍ରତିଶତ ଥିବା ସ୍ଥଳେ, ଗଞ୍ଜାମରେ ଏହା ୨୯ ପ୍ରତିଶତ ରହିଛି । ଦାରୀଦ୍ରତା ପ୍ରମୁଖ କାରଣ ଥିବା ସ୍ଥଳେ ଅନ୍ୟ କେତକ ସଦ୍ୟ କାରଣ ମଧ୍ୟ ବାଲ୍ୟ ବିବାହକୁ ସଂଗଠିତ କରୁଛି । ଆଇନ ପନ୍ଥା ଅପେକ୍ଷା ଜନ ସାଧାରଣଙ୍କୁ ବାଲ୍ୟ ବିବାହ କୁପ୍ରଭାବ ଉପରେ ବୁଝାଇବାପାଇଁ ଗ୍ରାମ ସ୍ତରରେ, ପଞ୍ଚାୟତ ସ୍ତରରେ ଏବଂ ବ୍ଲକ ସ୍ତରରେ ବିଭିନ୍ନ କମିଟି କାର୍ଯ୍ୟ କରିବ ବୋଲି ଜିଲ୍ଲାପାଳ କହିଥିଲେ । ବ÷ଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ୟୁନିସେଫ୍ର ନେହା ନାଇଡୁ ଏବଂ ଅଳକା ଗୁପ୍ତା, ଚାଇଲଡ୍ ଲାଇନ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସୁଧୀର ସାବତ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ହରିହର ପାଢୀ, ଅରୁଣାର ଲୋକନାଥ ମିଶ୍ର, ଆକସନ୍ ଏଙ୍ଗ୍ର ଦେବବ୍ରତ ପାତ୍ର ଏବଂ ସାଧବ ସମାଜ, କାଳିଞ୍ଜି ସମାଜ, ଶୌଣ୍ଢିକ ସମାଜ, ବୈଶ୍ୟ ସମାଜ, ବିଶ୍ୱକର୍ମା ସମାଜ, ପ୍ରଧାନ ସମାଜ, ନୋଳିଆ ସାମାଜର ତଥା ରାଜ୍ୟ ପାରମ୍ପରିକ ମତ୍ସ୍ୟ ୟୁନିୟନ୍ର ଉପସଭାପତି ଏମ୍.ଗୁମାଲୀ ଏବଂ ଜିଲ୍ଲା ସାଧାରଣ ସଂପାଦକ ବି.ଭୀମ ପ୍ରଭୁତିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ