ବାଲ୍ୟ ବିବାହ ବନ୍ଦ ସଚେତନତା କୋମାରେ ରହିଛି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାର ହିଞ୍ଜିଳିବ୍ଲକରେ ବାଲ୍ୟ ବିବାହ ବନ୍ଦ କେବଳ କାଗଜପତ୍ରରେ ଚାଲିଛି ବୋଲି ଜଣାପଡିଛି।ଏହା କେବଳ ଏକ ପ୍ରହସନ ପାଲଟିଛି ବୋଲି ଜାଣିବା ଶୁଣିବା ମହଲରେ କ୍ଷୋଭ ପ୍ରକାଶ ପାଇଛି। ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ବାଲ୍ୟ ବିବାହ ନିରୋଧ ଅଧିକାରୀ ରୂପେ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଡିପିଓ ଙ୍କୁ କ୍ଷମତା ଓ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି।ଏଭଳି ବିବାହ ବନ୍ଦ ପାଇଁ ଜିଲ୍ଲାରେ ନିର୍ଭୟ କଢି ଯୋଜନା ଚାଲିଛି। ବିଜୁ କନ୍ୟା ରତ୍ନ ଏବଂ ବେଟୀ ବଢାଓ,ବେଟୀ ପଢ଼ାଓ ଭଳି ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ଲକର ଆଶା, ଅଙ୍ଗନବାଡି,ଶିକ୍ଷକ ଓ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ଲକ୍ଷ ଲକ୍ଷ ଟଙ୍କା ରାଜ କୋଷରୁ ବ୍ୟୟକରି ବୈଠକ, ତାଲିମ ଓ ସଚେତନତା ସୃଷ୍ଟି କରାଯାଇଛି।ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ନିର୍ଦ୍ଧେଶ କ୍ରମେ ଅଦ୍ଵିକା କାର୍ଯ୍ୟକ୍ରମ, କିଶୋରୀ ବାଳିକା କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟ ବିବାହ ବନ୍ଦ ପାଇଁ ବୈଠକ ପରେ ବୈଠକ ଅନୁଷ୍ଠିତ ହେଉଛି। ହିଁକିଳି ବ୍ଲକକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ଆହ୍ୱାନ ଦେଉଥିଲା ବେଳେ ଏହି ବ୍ଳକକୁ ଶ୍ରେଷ୍ଠ ବ୍ଳକ ଭାବେ ପୁରସ୍କୃତ କରାଯାଇଛି।ଏସବୁ ସତ୍ତ୍ୱେ କିନ୍ତୁ ବେଲଗାଁ,ସାରୁ,ପୋଡ଼ଙ୍ଗୀ,କଞ୍ଚରୁ, ସମରଝୋଳ,ହିଞ୍ଜିଳି କାଟୁ ଆଦି ସ୍ଥାନରେ ବାଲ୍ୟ ବିବାହ ହେଉଥିଲେ ମଧ୍ୟ ବନ୍ଦ କରିବାରେ ଅଧିକାରୀମାନଙ୍କ ଙ୍କ ଆନ୍ତରିକତା, ସମନ୍ୱୟ ଅଭାବ ବେଶ ପ୍ରତିଫଳିତ ହୋଇଛି। ଏଥି ସହିତ ବିବାହ ହୋଇଥିବା ଲୋକ,ମଧ୍ୟସ୍ତି,ଏବଂ ପୁରୋହିତ,ଭଣ୍ଡାରୀ,ଟେଣ୍ଟ ଵାଲା,ରୋଷେୟା ଓ ରାଉଳଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉନାହିଁ।ସବୁଠାରୁ ଉଦବେଗର ପ୍ରସଙ୍ଗ ହେଲା,ଏସବୁ କାର୍ଯ୍ୟ ସୁରୁଖୁରୁରେ ହେବା ପାଇଁ କିଛି ତଳିଆ କ୍ଷେତ୍ର କର୍ମଚାରୀଙ୍କ ସମ୍ପୃକ୍ତି ଉଠୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସବୁ କାର୍ଯ୍ୟ ଶେଷ ହୋଇ ଯାଉଥିବା ଜଣାପଡ଼ିଛି। ଫଳରେ ବାଲ୍ୟ ବିବାହ ବନ୍ଦ ବାସ୍ତବ କ୍ଷେତ୍ରରେ କେବଳ କାଗଜପତ୍ରରେ ସୀମିତ ରହିଛି ବୋଲି ଗାଁ ଗାଁ ରେ ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ