ବାଲ୍ୟ ବିବାହ ରୋକିବାକୁ ଯାଇ ଫେରିଲା ପ୍ରଶାସନ

ହାଟଡିହି, (ବିକାଶ ବିଶ୍ୱାଳ) :ବାଲ୍ୟ ବିବାହ ରୋକିବାକୁ ଯେତେପ୍ରକାର ସଚେତନତା କାର୍ଯ୍ୟକ୍ରମ ମାନ କରାଯାଉଥିଲେବି ଲୋକମାନେ ସେତିକି ସଚେତନ ହେଉ ନାହାନ୍ତି । ଫଳରେ ଏବେବି ଅନେକ ସ୍ଥାନରେ ଲୁଚାଛପାରେ ବାଲ୍ୟ ବିବାହ କରାଯାଉଛି । ଆଜି ଏପରି ଏକ ବାଲ୍ୟ ବିବାହ ରୋକିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଅଧିକାରୀ ମାନେ ସଫଳ ହୋଇପାରି ନିରାଶରେ ଫେରିଛନ୍ତି । ଖବରରୁ ଜଣାଯାଇଛି ଯେ ଅସିଆ ଗ୍ରାମର ଜଣେ ଯୁବକ ସେହି ଗ୍ରାମର ଜଣେ ୧୪ବର୍ଷୀୟ ନାଁ ବାଳିକାକୁ ଗତ ଡିସେମ୍ବର ୨୫ତାରିଖ ଦିନ ବାହାରକୁ ନେଇ ପଳାଇଥିଲା । ସେ ଘରକୁ ଫେରିଥିବା ଓ ଉଭୟ ପରଷ୍ପରକୁ ବିବାହ କରିବାକୁ ଯାଉଥିବା ଶୁଣି ଆଜି ସିଡିପିଓ ସରସ୍ୱତୀ ସେଠୀ, ଚାଇଲଡ ଲାଇନ ସଂଯୋଜକ ନ;ରେନ୍ଦ୍ର କୁମାର ପରିଡା, ଟାଟା ଆସପେୟାରର କର୍ମକତ୍ତା ପ୍ରମୁଖ ନନ୍ଦିପଦା ପୁଲିସ ସହିତ ଅସିଆ ଗ୍ରାମରେ ପହଞ୍ଚି ବାଲ୍ୟ ବିବାହକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଅଧିକାରୀମାନେ ସେଠାରେ ପହଞ୍ଚିବା ପୁର୍ବରୁ ସଂପୃକ୍ତ ଯୁବକ ଓ ନାଁ ବାଳିକା କେଉଁଆଡେ ଫେରାର ହୋଇଯାଇଥିଲେ । ଫଳରେ ଅଧିକାରୀ ମାନେ ନାଁ ବାଳିକାର ବାପାଙ୍କୁ ଅନେକ ବୁଝା ସୁଝା କରିବା ସହିତ ବାଲ୍ୟ ବିବାହ ଏକ ଅପରାଧ ଓ ଏତେ କମ ବୟସରେ ଝିଅର ବିବାହ ନକରାଇ ୨୧ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରିବାର ଲୋକଙ୍କୁ ସଚେତନ କରାଇ ଫେରି ଆସିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ