ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : “ସଖୀ ୱାନଷ୍ଟପ” ତରଫରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମ ଠାରେ ବାଲ୍ୟ ବିବାହ ନିଷେଧ ଅଭିଯାନ ସମ୍ପର୍କରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ସଖୀ ୱାନ ଷ୍ଟପ କେନ୍ଦ୍ରର ପରିଚାଳିକା ଭାଗ୍ୟଲକ୍ଷ୍ମୀ ନାୟକ ଅଧ୍ୟକ୍ଷତା କରି କହିଥିଲେ ଯେ, ବାଲ୍ୟ ବିବାହ ଦ୍ୱାରା ମା ଓ ପିଲା ଅସୁରକ୍ଷିତ ହେଉଛନ୍ତି ଏଣୁ ବାଲ୍ୟ ବିବାହ ନ କରାଇବା ପାଇଁ ପରାମର୍ଶ ଦେବା ସହ ବାଲ୍ୟ ବିବାହ ନିଷେଧ ଆଇନ ଆଦି ସମ୍ପର୍କରେ କହିଥିଲେ । ଯଦି ଏହି ଆଇନକୁ କେହି ଭଙ୍ଗ କରେ ତେବେ ଦୁଇ ବର୍ଷ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜରିମାନା, ବାଲ୍ୟ ବିବାହର କୁ ପ୍ରଭାବ, କେଉଁ ମାନେ ଦାୟୀ ରହିବେ ଆଦି ସମ୍ପର୍କରେ ବୁଝାଇବା ସହ ଯଦି ଏପରି ହେଉଥିଲେ ରୋକିବା ପାଇଁ ୧୮୧ କିମ୍ବା ୧୦୯୮କୁ କଲ୍ କରି ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖାଣ୍ଡବା ପଞ୍ଚାୟତର ସରପଞ୍ଚ ଜଗନ୍ନାଥ ଦୋରା, ଆଇସିଡିଏସ୍ ସୁପରଭାଇଜର ଭାଗ୍ୟବତୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବୁଦୁରା, ଗୋରିବନ୍ଧା ଓ ଖାଣ୍ଡବା ୩ପଞ୍ଚାୟତରୁ ୬୦ ଗୋଟି ଅଙ୍ଗନୱାଡି କେନ୍ଦ୍ର ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ରର ପ୍ରଶିକ୍ଷିକା କାଉନସିଲର ଶ୍ରୀଦେବୀ ରଇତ, ମଧୁସ୍ମିତା ପାଢୀ ପ୍ରମୁଖ ସହଯୋଗ କରିଥିଲେ ।


