ବାଳାଶ୍ରମରେ ଚାଇଲ୍ଡ ଲାଇନ ସେ ଦୋସ୍ତୀ ସପ୍ତାହ ପାଳିତ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ଚାଇଲ୍ଡ ଲାଇନ ଦୋସ୍ତୀ ସପ୍ତାହ ପାଳନ ଅବସରରେ ଆନନ୍ଦପୁର ଚାଇଲ୍ଡଲାଇନ ପକ୍ଷରୁ ବିଷ୍ଣୁପ୍ରୀୟା ବାଳାଶ୍ରମରେ ଦୋସ୍ତୀ ସପ୍ତାହ ଓ ବିଶ୍ୱ ଶିଶୁ ଦିବସ ପାଳିତ ହୋଇଯାଇଛି । ବାଳାଶ୍ରମର ଶିଶୁ ମାନଙ୍କୁ ନେଇ ପ୍ରାରମ୍ଭରେ ଦୌଡକୁଦ ଲମ୍ବଡିଆଁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପରେ ବାଳାଶ୍ରମର ସଭାଗୃହ ଠାରେ ଚାଇଲ୍ଡଲାଇନ ସଦସ୍ୟ ଭାଗିରଥି ଦାଶଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଟିମ ଲିଡର ନରେନ୍ଦ୍ର ପରିଡା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ହାଟଡିହି ପଞ୍ଚାୟତର ସରପଞ୍ଚ ଅନୁସୁୟା ସେଠୀ ଯୋଗଦେଇ ଶିଶୁ ନିଜ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ କଠିନ ଅଧ୍ୟବସାୟ ଦ୍ୱାରା ଉଜ୍ଜିବିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସମାଜସେବୀ ପ୍ରେମାନନ୍ଦ ଦାଶ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ପ୍ରେସକ୍ଲବ ସଭାପତି ଗୋପାଳ କୃଷ୍ଣ ରାଉତ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସନାତନ ବେହେରା, ସମାଜସେବୀ କଳ୍ପତରୁ ସେଠୀ ପ୍ରମୁଖ ଯୋଗଦେଇ ଶିଶୁ ହସିଲେ ଦୁନିଆ ହସିବର ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶିଶୁମାନେ ଅନ୍ତର୍ନିହିତ ଗୁଣକୁ ବିକାଶ କରି ସୁସ୍ଥ ସମାଜ ଗଠନରେ ସହଯୋଗ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଶିଶୁ ମାନଙ୍କର କିଛି ଅସୁବିଧା ହେଲେ ତୁରନ୍ତ ୧୦୯୮କୁ ଟେଲିଫୋନ କରି ସହାୟତା ପାଇ ପାରିବେ ବୋଲି ଚାଇଲ୍ଡ ଲାଇନ ପକ୍ଷରୁ ସୁଚନା ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ କୃତ୍ତିତ୍ୱ ହାସଲ କରିଥିବା ବିକ୍ରମ ହେମ୍ରମ, ବାବନ କାରୁଆ, ରମେଶ ବିରୁଆ, କଳାକର ଟୁଡୁ, ଲକ୍ଷ୍ମୀଧର ହୋ, ନଟରାଜ ହେମ୍ରମମଙ୍ଗଳ ପୁର୍ତ୍ତି, ବିର ସିଂ ପ୍ରମୁକଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଚାଇଲ୍ଡ ଲାଇନ ସଦସ୍ୟ ଆନନ୍ଦ ସାହୁ,ହିମାଂଶୁ ରାମଙ୍କ ସହିତ ବାଳାଶ୍ରମର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।