ବାଳାଶ୍ରମର ଅନ୍ତେବାସୀଙ୍କ ଗହଣରେ ଜନ୍ମଦିନ ପାଳିଲେ ବିଧାୟକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବିଷ୍ଣୁପ୍ରୀୟା ବାଳାଶ୍ରମ ପରିସରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ତାଙ୍କର ୬୫ତମ ଜନ୍ମଦିନକୁ ନିରାଡମ୍ବର ଭାବେ ପାଳନ କରିଛନ୍ତି । ଆଜି ମଧ୍ୟାହ୍ନରେ ବିଧାୟକ ଶ୍ର୍ରୀଯୁକ୍ତ ସେଠୀ ବାଳାଶ୍ରମରେ ପହଞ୍ଚିବାପରେ ବାଳାଶ୍ରମର କୁନି କୁନି ପିଲାମାନେ ବିଧାୟକଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ବିଷ୍ଣୁପ୍ରୀୟା ବଳାଶ୍ରମ ଓ ଜରାନିବାସର ସମ୍ପାଦକ ପ୍ରେମାନନ୍ଦ ଦାସ ଓ ଅନ୍ତେବାସୀ ମାନେ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କର ଦୀଘାୟୁ କାମନା କରିଥିଲେ । ଚିନ୍ମୟ ନାୟକ ଓ ଚିତ୍ତ ରଞ୍ଜନ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ କେକ୍ କାଟି ଛୁଆ ମାନଙ୍କୁ କେକ୍ ପ୍ରଦାନ କରି ଜନ୍ମଦିନ ପାଳନ କରିଥିଲେ । ଏହି ସମୟରେ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ରବିନ୍ଦ୍ର କୁମାର ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ଜିଲ୍ଲାପରିଷଦ ସଦସ୍ୟ ପ୍ରଣତୀ ଦେଓ, ଅକ୍ଷୟ କୁମାର ବରାଳ, ସୁଧାକର ଓଝା, ଧବଳେଶ୍ୱର ପଟ୍ଟନାୟକ, ଗୌରାଙ୍ଗ ରଣା,ରବିନ୍ଦ୍ର ନାୟକ, ବୈଦ୍ୟନାଥ ସାମଲ, ବିଶ୍ୱନାଥ ନାୟକ, ପ୍ରତାପ ଦେଓ, ଜିତେନ୍ଦ୍ର କୁମାର ଜେନା, ପ୍ୟାରୀମୋହନ ମଲ୍ଲିକ, ବାମଦେବ ପଣ୍ଡା, ପ୍ରୀୟ ରଞ୍ଜନ ଦାସ, ମାନସ ଜେନା, ତାରିଣୀ ପ୍ରସାଦ ସେନାପତି, ଅମିୟ ନାୟକ, ପ୍ରଦୀପ କୁମାର ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ