ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଳିଲା ସରକାରୀ ମାନ୍ୟତା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଂଶ ପଂଚାୟତରେ ଥିବା ଘୋଡାଂଶ ବାସୁଦେବ ବାଳିକା ଉଚ୍ଚ ବିଦ୍ୟାଳୟକୁ ଏକ ନୋଡାଲ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲା ଶିକ୍ଷାଧିକାରିଙ୍କ କାର୍ଯ୍ୟାଳୟ ଅର୍ଡର ନଂ ୮୧୪୭/୨୬.୭.୨୦୧୯ ରେ ଉକ୍ତ ବିଦ୍ୟାଳୟକୁ ବାସୁଦେବ ସରକାରି ଉଚ୍ଚ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଛି । ଏହାର ନକଲ କପି ବ୍ଳକ ଶିକ୍ଷାଧିକାରି,ନାଉଗାଁ,ଜିଲାପାଳ ଜଗତସିଂହପୁର,ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା ବିଭାଗ ଓଡିଶା,ଶିକ୍ଷା ସଚିବ ଙ୍କ ସମେତ ଉକ୍ତ ବିଦ୍ୟାଳୟକୁ ଚିଠି ପଠାଯାଇଛି । ପ୍ରକାଶ ଯୋଗ୍ୟ ଯେ ଏହି ବିଦ୍ୟାଳୟ ପରିସରରେ ପ୍ରାଥମିକ,ମଧ୍ୟ ଇଂରାଜୀ ଓ ଉଚ୍ଚ ବିଦ୍ୟାଳୟ ଅବସ୍ଥିତ ଥିଲା । ସରକାରଙ୍କ ନିୟମାନୁସାରେ ଅଷ୍ଟମ ଶ୍ରେଣୀକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର ହେବା ପରେ ଉଚ୍ଚ ବିଦ୍ୟାଳୟର ପିଲା ସଂଖ୍ୟା କମିଗଲେ । ଯାହାଫଳରେ ଉଚ୍ଚ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସରକାରି ସ୍ତରରେ ନିଷ୍ପତି ଗ୍ରହଣ କରାଯାଇଥିଲା । କିନ୍ତୁ ଏହାକୁ ,ବିଦ୍ଧୀଜୀବମାନେ ବିରୋଧ କରିଥିଲେ । ବେସରକାରୀ ବିଦ୍ୟାଳୟ ଖୋଲିବା ଦ୍ୱାରା ସରକାରି ବିଦ୍ୟାଳୟରୁ ଉପସ୍ଥାନ କମିଥିବା ସେମାନେ ଦର୍ଶାଇଥିଲେ । ଯେହେତୁ ବିଦ୍ୟାଳୟ ପରିସରରେ ୩ ଟି ବିଦ୍ୟାଳୟ ଅବସ୍ଥିତ ରହିଛି ତେଣୁ ୩ ଟି ବିଦ୍ୟାୟୁକୁ ମିଶାଇ ଏକ ନୋଡାଲ ବିଦ୍ୟାଳୟ କରିବା ପାଇଁ ସଚେତନ ନାଗରିକ ମଂଚ, ଅବିଭାବକ, ସ୍ଥାନୀୟ ବୁଦ୍ଧିଜୀବ ଓଡିଶା ଶିକ୍ଷା ବିଭାଗ,ଜିଲାପାଳ ଆଦିଙ୍କୁ ବାରମ୍ବାର ଚିଠି ଲେଖିଥିଲେ । ଉକ୍ତ ଚିଠିକୁ ବିଚାରକୁ ନିଆଯାଇ ଶିକ୍ଷା ବିଭାଗ ପକ୍ଷରୁ ଉକ୍ତ ବିଦ୍ୟାଳୟକୁ ସରକାରୀ ବିଦ୍ୟାଳୟ ଭାବେ ମାନ୍ୟତା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ