ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମ ସ୍ଥିତ ଶ୍ରୀମତି ପାର୍ବତୀ ଆମ୍ମାଲୁ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ ମୂଖ୍ଯଅତିଥି ଭାବେ ଯୋଗ ଦେଇଥିବା ବେଳେ ଦିଗପହଣ୍ଡି ବ୍ଲକ ର ପୂର୍ବତନ ଅଧ୍ଯକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନ, ସରପଞ୍ଚ ତପନ କୁମାର ପ୍ରଧାନ, କୃଷ୍ଣପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ମଦନମୋହନ ରଥ, ବ୍ରହ୍ମପୁର ସିଟି ହାଇସ୍କୁଲ ପ୍ରଧାନଶିକ୍ଷକ ପନ୍ନଗ ଭୂଷଣ ମାଝୀ, ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ବାଳିକା ଶିକ୍ଷାର ଏନ୍ତୁଡିଶାଳ ଭାବେ ପରିଚିତ ଏହି ବିଦ୍ଯାଳୟର ସୁନାମ ବୃଦ୍ଧି ଦିଗରେ ସବୁ ସ୍ତରରେ ଉଦ୍ୟମ ଜାରି ରଖିବାକୁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ।ଏହି ଅବସରରେ କୃତି ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ରଶ୍ମିତା ମହାପାତ୍ର, କେ.ଗୌରବ କୁମାର ଦୋରା, ଅନାଦି ଚରଣ ପ୍ରଧାନ, ଲିସପିନ୍ ଭୂୟାଁ, ଜଗା ମଲ୍ଲିକ, ବିକ୍ରମ ପ୍ରଧାନ, ଜଗନ୍ନାଥ କବି ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


