ବାଳିକା କବାଡ଼ି ଟୁର୍ଣ୍ଣାମେଣ୍ଟ : ପିପୁଲସ କଲେଜ +୨ ବିଭାଗ ଚମ୍ପିୟାନ
ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଦକ୍ଷିଣାଞ୍ଚଳ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଳିକା କବାଡି ଟୁର୍ଣ୍ଣାମେଣ୍ଟ ବୁଗୁଡା ପିପୁଲସ କଲେଜରେ ଗତକାଲି ଆରମ୍ଭ ହୋଇଥିଲା। ଆଜି ଅର୍ଥାତ ଡିସେମ୍ବର ୧୨ ତାରିଖ ଦିନ ଫାଇନାଲର ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ବୁଗୁଡା ପିପୁଲସ କଲେଜର ଉଚ୍ଚ ମାଧ୍ୟମିକ ବିଭାଗର ବାଳିକା ଟିମ ବିଜୟୀ ହୋଇ ଚମ୍ପିୟାନ ହୋଇଛନ୍ତି। ବାଳିକା କବାଡ଼ି ଟୁର୍ଣ୍ଣାମେଣ୍ଟରେ ୨୫ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଟିମ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ସାମନ୍ତିଆପଲ୍ଲୀ ଏସ.ବି.ପି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଟିମ ଓ ବୁଗୁଡା ପିପୁଲସ କଲେଜ ଉଚ୍ଚ ମାଧ୍ୟମିକ ବିଭାଗ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବୁଗୁଡା ଟିମ ବିଜୟୀ ହୋଇ ଚମ୍ପିୟାନ ହୋଇଥିବା ବେଳେ ସାମନ୍ତିଆପଲ୍ଲୀ ଟିମ ରନର୍ସ ଅପ ହୋଇଥିଲେ। କଲେଜ ପରିଚାଳନା ପରିଷଦ ସଭାପତି ରଜନୀକାନ୍ତ ଭଟ୍ଟ ଉଭୟ ଟିମକୁ ଟ୍ରଫି ପ୍ରଦାନ କରିଥିଲେ। ଟ୍ରଫି ପ୍ରଦାନ ବେଳେ କଲେଜର ପ୍ରିନ୍ସିପାଲ ହରିକୃଷ୍ଣ ନାୟକ ଓ ନୋଡାଲ ଅଫିସର ଅଧ୍ୟାପକ ଆତ୍ମପ୍ରକାଶ ନାୟକ, ଉପସ୍ଥିତ ଥିଲେ। କ୍ରୀଡା ଅଧ୍ୟାପକ ଟୁର୍ଣ୍ଣାମେଣ୍ଟ ପରିଚାଳନରେ ସହଯୋଗତ କରିଥିଲେ।