ବାଳିକା ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ସଚେତନତା

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ୨(୦) ବାଳିକା ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ରାଲିରେ ମହାବିଦ୍ୟାଳୟର ବାଳିକା ୨(୦) ବାଟାଲିୟନର କ୍ୟାଡଟ ମାନେ ଅଂଶଗ୍ରହଣ କରି ପ୍ଳାଷ୍ଟିକ ଜିନିଷ ସମ୍ପୂର୍ଣ୍ଣ ବର୍ଜନ, ପରିବେଶ ସୁରକ୍ଷା, ବୃକ୍ଷରୋପଣ, ଜଳ ସୁରକ୍ଷା ଓ ସ୍ବଚ୍ଛତା ସମ୍ପର୍କରେ ସହର ବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ଏହି ରାଲି ମହାବିଦ୍ୟାଳୟ ଛକ ଠାରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦିବାକର ମିଶ୍ର ରାଲିରେ ଯୋଗଦାନ ପୂର୍ବକ କ୍ୟାଡଟ ମାନଙ୍କୁ ସଚେତନତା ରାଲି ସମ୍ପର୍କରେ ବୁଝାଇଥିଲେ। ଅଧ୍ୟାପିକା ତଥା ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଲେଫ୍ଟନାଣ୍ଟ ବିନତା କୁମାରୀ ଦାସ ରାଲିରେ ଯୋଗ ଦେଇ ସମର ଶିକ୍ଷାର୍ଥୀ ମାନଙ୍କ ନେତୃତ୍ୱ ବହନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ