ବାଳିକା ହାଇସ୍କୁଲରେ ଶୌଚାଳୟ ନାହିଁ
ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବାଳିକା ହାଇସ୍କୁଲରେ ଶୌଚାଳୟ ନଥିବାରୁ ଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାରି ଖଣ୍ଡ ବାଉଁଶ ପୋତି ଜରି ପାଲ ଟାଙ୍ଗି କାମ ଚଳା ଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରି ଶୌଚାଳୟ ନିର୍ମାଣ କରୁଥିବା ବେଳେ ଏହି ସ୍କୁଲ ସେହି ଯୋଜନାରୁ ବଞ୍ôଚତ ହୋଇଛି । ରାଜ୍ୟ ରାଜପଥ ପାଶ୍ୱର୍ରେ ଏହି ବିଦ୍ୟାଳୟ ଥିବା ବେଳେ ଏଥିପ୍ରତି କାହାର ନଜର ନଥିବା ଜଣାଯାଇଛି । ଏହି ବିଦ୍ୟାଳୟରେ ପୂର୍ବରୁ ଏକ ଶୌଚାଳୟ ଥିବା ବେଳେ ତାହାକୁ ଜନପ୍ରତିନିଧିଙ୍କ କଥାନୁସାରେ ଭାଙ୍ଗି ଦିଆଯାଇଥିଲା । ମାତ୍ର ଏପର୍ଯ୍ୟନ୍ତ ନୂତନ ଶୌଚାଳୟ ତିଆରି କରାଯାଇନାହିଁ । ବ୍ଲକ ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିିହିତ ପଦକ୍ଷେପ ନେବାକୁ ଦାବି ହୋଇଛି ।


