ବାସଗୃହ ଉଚ୍ଛେଦ , ଥଇଥାନ ଦାବି

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ସହରର ଉନ୍ନତୀକରଣ ତଥା ରାସ୍ତାଘାଟର ପ୍ରଶସ୍ତୀକରଣ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲକାରୀମାନଙ୍କୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ଓଭରବ୍ରିଜ କରିବା ପାଇଁ ବସ୍ତିବାସିନ୍ଦାଙ୍କୁ ଧମକଚମକ ଦିଆଯିବା ସହିତ ଘର ଭାଙ୍ଗିବା କଥା କୁହାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଭାସ୍କରଗଞ୍ଜ(ଖ)ର ବସ୍ତିବାସିନ୍ଦା । ‘ଅର୍ବାନ ଲେଣ୍ଡ ରାଇଟ୍ସ’ ଯୋଜନାରେ ଉଷା ସର୍ଭେ କାର୍ଡ ପ୍ରଦାନ କରାଯାଇଥିବା ସହ ଏ ବାବଦରେ ହାଇକୋର୍ଟରେ ଡବ୍ଲ୍ୟୁ.ପି.(ସି)୧୭୨୧୮/୧୮ ଏକ କେସ୍ ରୁଜୁ କରାଯାଇ ଏକ୍ଜିକ୍ୟୁଟିଭ୍ ଅଫିସର ବାଲେଶ୍ୱର ମୁନିସିପାଲିଟିଙ୍କୁ ଏ ବିଷୟରେ ଶୁଣାଣୀ କରି ବିହୀତ ପଦକ୍ଷେପ ନିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇା ମୁନିସିପାଲିଟି ଦ୍ୱାରା ତଦନ୍ତ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କୌଣସି ପଦକ୍ଷେପ ନିଆଯାଇ ନାହିଁ କିମ୍ବା ନିଷ୍ପତି ମଧ୍ୟ ବସ୍ତିବାସିନ୍ଦାଙ୍କୁ ଜଣାଗଲା ନାହିଁ । ଉକ୍ତ ଜାଗାରେ ଆମ୍ଭେ ଦାର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ରହିଆସୁଥିବା ବେଳେ ଆମ୍ଭେ ଉନ୍ନତି ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରୁନାହିଁ ହେଲେ ଏତିକି ଗୁହାରୀ କରୁଛୁ ଯେ ବାଲେଶ୍ୱର ସହର କିମ୍ବା ସହରର ନିକଟବର୍ତ୍ତୀ କୌଣସି ଯାଗାରେ ଥଇଥାନର ବ୍ୟବସ୍ଥା କରାଯାଉ । ନହେଲେ ଆମ୍ଭର ବଞ୍ଚିବାର ଅଧିକାର ଚାଲିଯିବା ସହ ବାରଦ୍ୱାର ଶୁଣ୍ଢିପିଣ୍ଡା ହେବାକୁ ପଡିବ ବୋଲି ମତ ପ୍ରକାଶ କରିଛନ୍ତି ବସ୍ତିବାସିନ୍ଦାମାନେ । ଏହି ପ୍ରରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କୁ ଫେରାଦ୍ ହେବା ସହ ଦୂରାବସ୍ଥାକୁ ବିଚାର କରି ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବା ପୂର୍ବରୁ ଥଇଥାନର ବ୍ୟବସ୍ଥା କଲେ ବସ୍ତିବାସିନ୍ଦାମାନେ ଆଶ୍ୱସ୍ତି ଲାଭ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ