ବାସଗୃହ ଜମିର ପଟ୍ଟା ପାଇବାକୁ ଜିଲ୍ଲାପାଳଙ୍କୁ ଭେଟିଲେ ବସ୍ତିବାସୀନ୍ଦା
କେନ୍ଦ୍ରାପଡା : ପୈାରାଚଂଳ ଅନ୍ତର୍ଗତ ମାଧପୁର ସାମିଲ ଫକିରାବାଦ ଓ ଅସରଫାବାଦ ବସ୍ତିର ଭୁମିହୀନ ବସ୍ତିବାସିନ୍ଦାମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ସେମାନେ ଦୀର୍ଘଦିନଧରି ଘରକରି ବାସ କରିଆସୁଥିବା ଘରଡିହ ଜମିର ପଟ୍ଟା ସେମାନଙ୍କୁ ପ୍ରଦାନ କରାଯିବାକୁ ନିବେଦନ କରିଥିଲେ । ଦୁଇଟି ବସ୍ତିରେ ୬୦/୭୦ପରିବାର ଦୀର୍ଘ ବର୍ଷ ଧରି ସରକାରୀ ଜମିରେ ଘରକରି ରହିବା ସହ ଟିକସ ଓ ଖଜଣା ସେମାନେ ଦେଇ ଆସୁଥିବା ଦାବି କରିଛନ୍ତି । ଏସମ୍ପର୍କରେ ସେମାନେ ବାରମ୍ବାର ଦାବି କରିଆସୁଥିଲେବି ସେମାନଙ୍କୁ ସ୍ଥାଇ ପଟ୍ଟା ପ୍ରଦାନ କରାଯାଉନାହିଁ । ଜିଲ୍ଲାପାଳ ବର୍ମା ଏହି ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ସେମାନଙ୍କୁ ପ୍ରତିଶୃତି ଦେଇଥିବା ଅଭିଯୋଗକାରୀମାନେ ସୂଚନା ଦେଇଛନ୍ତି । ବସ୍ତିବାସୀନ୍ଦାଙ୍କ ସହ ଆଲୋଚନା ସମୟରେ ନଜୱାନ ୟୁନିଅନର କାର୍ଯ୍ୟକାରୀ ସଭାପତି ଅବରାର ଖାନ, ସଭାପତି ମୀର ମହମ୍ମଦ ଅମୀର, ନଇମ ଖାନ, ନୁର ଖାନ, କାହ୍ନା ବେହେରା, ହମିଦ ଖାନ, ସେକ ଏହେସାନ, ମେରାଜ ଖାନ, ମୀର ଅବୁସମା, ସେକ ଗୋରା, ଗଉରା ସାହୁ, ସିରାଜ ଖାନ, ନଜା ଖାନ, ଇବ୍ରାହିମ ଖାନ, ସେକ ଗୋରାନ, ସେକ ହଟୋ, ଅମିନା ବିବି, ଫରିଦା ବିବି, ସେକ ସାକିର, ସାହିଲ ସୁଲତାନା, ସମସୁନ ନିଶା, ଖୁର୍ସିଦା ବିବି ପ୍ରମୁଖ ଉପସ୍ଥିତ ଥିଲେ ।


