ବାସହୀନଙ୍କ ପାଇଁ ବାସସ୍ଥଳୀ ପାଲଟିଛି କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌

ପ୍ୟାରିସ୍‌: ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ସ୍ଥଗିତ ରହିବା ପରେ ବାସହୀନଙ୍କ ପାଇଁ ଏହା ବାସସ୍ଥଳୀରେ ପରିଣତ ହୋଇଛି । ଫ୍ରେଞ୍ଚ ରିଭିଏରାରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ଜୁନ୍‌ ପର୍ଯ୍ୟନ୍ତ ସ୍ଥଗିତ ରହିବା ପରେ ଆୟୋଜକ ମାନେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲିଛନ୍ତି । ପ୍ରତ୍ୟେକ ରାତ୍ରିରେ ୫୦ ରୁ ୭୦ ଜଣ ଲୋକଙ୍କୁ ଆଶ୍ରୟ ପ୍ରଦାନ କରାଯାଉଛି ବୋଲି କାନ୍ସ ଟାଉନ୍‌ ହଲ୍‌ର ମୁଖ୍ୟ ଡୋମିନିକ୍‌ ଅଡେ ଲାସେଟ୍‌ ପ୍ରକାଶ କରିଛନ୍ତି । ଆଠ ଦିନ ପୂର୍ବରୁ ଫ୍ରାନ୍ସର ଜନସାଧାରଣଙ୍କୁ ଘରେ ବନ୍ଦ ରହିବା ପାଇଁ ନିବେଦନ କରିଥିଲେ । ତେବେ ଫ୍ରାନ୍ସରେ ପ୍ରାୟ ୧୨ ହଜାର ବାସଗୃହ ନଥିବା ଲୋକ ରହିଛନ୍ତି । ସେମାନଙ୍କ ପାଇଁ ବିଭିନ୍ନ ସ୍କୁଲ୍‌ ଖୋଲା ରଖିବା ପାଇଁ ମାକ୍ରନ୍‌ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କାନ୍ସ ଆୟୋଜକଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ