ବାସହୀନ ପରିବାରକୁ ବାସ ଯୋଗାଇ ଦେବା ନିମନ୍ତେ ଗଞ୍ଜାମ ଜିଲ୍ଲା ଦଳିତ ଉନ୍ନୟନ ସଂଘ ପକ୍ଷରୁ ଦାବୀ ପତ୍ର ପ୍ରଦାନ

ଛତ୍ରପୁର,(ଦେବଦତ୍ତ ମହାରଣା) : ବାସହୀନ ପରିବାରଙ୍କୁ ବାସ ଯୋଗାଇଦେବା ଦାବୀ ନେଇ ଗଞ୍ଜାମ ଜିଲ୍ଲା ଦଳିତ ସେନା ଉନ୍ନୟନ ସଂଘ ପକ୍ଷରୁ ଆଜି ଏକ ଦାବିପତ୍ର ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି । ଖଲ୍ଲିକୋଟ ତହସିଲ ର ବାସହୀନ ପରିବାର ମାନେ ବାରମ୍ବାର ସେମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କିମ୍ବା ଓଡିଶା ସରକାରଙ୍କ ଜାଗା ମିଶନ୍ ଜରିଆରେ ବାସ ଓ ବାସଗୃହ ଯୋଗାଇଦେବା ନିମନ୍ତେ ଅନୁରୋଧ କରିଥିଲେ ସୁଦ୍ଧା ସେମାନେ ଏଥିରୁ ବଞ୍ଚିତ ହୋଇ ରହିଛନ୍ତି । ସରକାରଙ୍କ ଜାଗାରେ ଚାଳ କୁଡିଆ କରି ଦୁଃଖ କଷ୍ଟରେ ଚଳୁଛନ୍ତି । ସେମାନେ ନିହାତି ଗରୀବ ଶ୍ରେଣୀର ପରିବାର ହୋଇଥିବାରୁ ସେମାନଙ୍କୁ ବାସ ଗୃହ ଖଣ୍ଡିଏ ଖଣ୍ଡିଏ ଯୋଗାଇ ଦେବା ନିମନ୍ତେ ଦାବୀ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଶଶିଜାଲି,ରଞ୍ଜିତା ବେହେରା , ଜୁତି ବେହେରା, ସୁଷମା ଜାଲି, ପ୍ରମିଳା ବେହେରାଙ୍କ ସମେତ ବହୁ ମହିଳା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ