ବାସହୀନ ବାବଜୀଙ୍କୁ ନବନିର୍ମିତଗୃହ ପ୍ରଦାନ କଲା ଯଶୋଦା ଫାଉଣ୍ଡେସନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଅସହାୟ ଲୋକଙ୍କୁବିଭିନ୍ନସମୟରେସହାୟତାରହାତବଢାଇଚର୍ଚ୍ଚାରେ ଥିବା ଛତ୍ରପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଶୋଦା ଫାଉଣ୍ଡେସନ ପକ୍ଷରୁଗୁରୁବାରଜଣେ ଅସହାୟ ଲୋକଙ୍କୁ ନବନିର୍ମିତଗୃହ( ଯଶୋଦା କୁଟୀର) ପ୍ରଦାନ କରାଯାଇଛି । ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଂଚାୟତରଶିଖରପଲ୍ଲୀଠାରେବାବଜୀବେହେରା ନାମକଜଣେ ଅସହାୟ ଲୋକଙ୍କ ବାସଗୃହ ନଥିବାବେଳେ ଖବର ପାଇ ଯଶୋଦା ଫାଉଣ୍ଡେସନରଟ୍ରଷ୍ଟିସାଗରିକା ପଣ୍ଡା କିଛି ବ୍ୟକ୍ତିଙ୍କ ସହାୟତାରେ ରେ ଏକ ବାସଗୃହ ନିର୍ମାଣକରି ତାଙ୍କୁ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର ପୂର୍ବତନ ବିଧାୟକ ଅଶୋକ କୁମାରଚୌଧୂରୀ, ସୁନ୍ଦରପୁର ପଂଚାୟତରସରପଂଚ ଗଗନ ବେହେରା, ବସନ୍ତ କୁମାରବିଷୋୟୀ, ଅବସରପ୍ରାପ୍ତ ପ୍ରଫେସର ଡ. ଭି. ରାଜେନ୍ଦ୍ରରାଜୁ, ବସନ୍ତିଆକୂଳସଭାପତିସୁବାସ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକସୋମନାଥ ସାହୁଙ୍କଉପସ୍ଥିତିରେ ଫାଉଣ୍ଡେସନରଟ୍ରଷ୍ଟି ଶ୍ରୀମତି ପଣ୍ଡା ଅସହାୟ ବାବଜୀଙ୍କୁଏହି ଘର ହସ୍ତାନ୍ତର କରିଥିଲେ । ସମସ୍ତକାର୍ଯ୍ୟକ୍ରମକୁ ଫାଉଣ୍ଡେସନର ପୁଷ୍ପାଞ୍ଜଳୀସାହୁ ଓ ଗ୍ରାମର ମହିଳା ମାନେ ସହଯୋଗକରିଥିଲେ । ଟ୍ରଷ୍ଟିର ଏଭଳି କାର୍ଯ୍ୟ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ