ବାସିଙ୍ଗି ଢାବାରୁ ବେନିୟମ ବିଦେଶୀ ମଦ ସହ ୯୬ ଲିଟର ମଦଜବତ

ରାଇରଙ୍ଗପୁର : ମୟୂରଭଂଜ ଜିଲ୍ଲାରେ ଚୋରା ମଦ କାରବାର ହୁହୁ ବଢ଼ି ଚାଲିଛି । ଏହାକୁ ରୋକିବା ପାଇଁ ପୋଲିସ ଅଣ୍ଟା ଭିଡିଥିଵା ଵେଳେ ଚୋରା ମଧୁଚନ୍ଦ୍ରିକାରେ ଲିପ୍ତ ଥିବା ଅବକାରୀ ବିଭାଗ କିଛି ନ ଜାଣିବା ଭଳି ଶୋଇ ରହି ଘୁଙ୍ଗୁଡ଼ି ମାରୁଛି । ଅବକାରୀ ବିଭାଗ କାମ ତୁଲାଉଛି ପୋଲିସ ।ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବାମନ ଘାଟି ଉପଖଣ୍ଡର ବହଳଦା ଅବକାରୀ ବିଭାଗ ଓ ଥାନା ଅନ୍ତର୍ଗତ ବାସିଙ୍ଗି ପଞ୍ଚାୟତର ଏକ ଢ଼ାବା ।ହୋଲି ପୂର୍ବରୁ ମଦରବନ୍ଯା ହେବା ସୁରାକ ପାଇ ପୋଲିସ ତାର କଳବଳ କୌଶଳ ଲଗାଇ ସଜାଗ ଥିଲା । ହଠାତ୍ କୌଣସି ସୂତ୍ରରୁ ହୋଲି ପୂର୍ବ ରାତି ୯ ଟା ପାଖାପାଖି ସମୟରେ ବାସିଙ୍ଗି ଢ଼ାବା ପାଖରେ ପହଞ୍ଚି ୯୬ ଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ବୋତଲ ଜବତ କରିବା ସହ ଢ଼ାବା ମାଲିକଙ୍କୁ ଗିରଫ କରିଥିଲା । ଚୋରା ମଦ କାରବାର ଚଢ଼ାଉ ମାମଲାରେ ନେତୃତ୍ବ ନେଇଥିଲେ ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁ । ପୂର୍ବରୁ ବାମନଘାଟି ଉପଖଣ୍ଡରେ କୌଣସି ଢ଼ାବା ଉପରେ ପୋଲିସର ଏବଂ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳି ନ ଥିଲା ।ନବ ନିଯୁକ୍ତ ଏସଡିପିଓ ସ୍ନେହାଶୀଷ ସାହୁ ଆସିବାପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଯାହାଫଳରେ ଦିନକୁ ଦିନ ପ୍ରାୟୋଜିତ କ୍ରାଇମ୍ ସଂଖ୍ୟା କମିବାରେ ଲାଗିଛି ।ଢ଼ାବା ଉପରେ ଅବକାରୀ ବିଭାଗର ଜାତକରେ କାର୍ଯ୍ୟାନୁଷ୍ଠାନ ଶୂନ ।ଏସଡିପିଓଙ୍କର କାର୍ଯ୍ୟାନୁଷ୍ଠାନ ସର୍ବ ସାଧାରଣରେ ପ୍ରଶଂସିତ ସୋଇଥିବା ବେଳେ ଚୋରା ମଦ କାରବାରରେ ଲିପ୍ତ ଥିବା ମଦମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ‌ । ଏହାକୁ ନେଇ ପୋଲିସ ପକ୍ଷରୁ କେଶ ନଂ ୧୮ ରୁଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ