ବାସିପିଠା ଆଦିବାସୀ ହଷ୍ଟେଲରେ ନିର୍ଯାତନା ବଡ଼ପିଲା ସାନ ପିଲାକୁ ମରଣlତ୍ମକ ଆକ୍ରମଣ
ଉଦଳା, (ରାଜୀବ ବେହେରା): ଖୁଣ୍ଟା ବାସିପିଠା ଆଦିବାସୀ ଛାତ୍ରା ବାସରେ ଅବ୍ୟବସ୍ଥା ସାମ୍ନାକୁ ଆସିଛି l ଅଭିଭାବକ ମାନେ ପିଲାଙ୍କ ଭିବିଷ୍ୟତ ଗଢିବାକୁ ଛାଡୁଥିବା ବେଳେ ହଷ୍ଟେଲରେ ଅବ୍ୟବସ୍ଥା ଛାତ୍ର ଙ୍କ ଜୀବନ ବିପଦ ପୂର୍ଣ୍ଣ ହୋଇଛି l ତେବେ ହଷ୍ଟେଲ ରେ ରେଗିଙ୍ଗ, ପରେ ଆକ୍ରମଣ, ଘଟଣା ସାମ୍ନାକୁ ଆସିବା ପରେ, ନିର୍ଯାତନା ରେ ଶିକାର ଜଣେ ଛାତ୍ରଙ୍କ ଅଭିଭାବକ ଅଭିଯୋଗ ଆଣିଛନ୍ତି l ହଷ୍ଟେଲ ଭିତରେ ନବମ ଛାତ୍ର ଙ୍କ ଅମାନବୀୟ କାଣ୍ଡ, ମାନବିକତା ଭୁଲିଗଲେ ଛାତ୍ର l ଛlତ୍ରlବlସରେ ଅନ୍ତେ ବାସି ବଡ ଛାତ୍ର ମାନେ ବର୍ବରତା ର ସବୁ ସୀମା ଟପି ସାନ ଛାତ୍ର ଙ୍କୁ ଲୁହl ରଡ଼ ସାହାଯ୍ୟରେ ବାଡେଇ ବା ସହିତ ଧାରୁଆ ଅସ୍ତ୍ରରେ କ୍ଷତାକ୍ତ କରି କ୍ଷତରେ ଲୁଣ ଲଗାଇବା ଘଟଣା ଏବେ ଧୀରେ ଧୀରେ ଏହାର ରହସ୍ୟ ସାମ୍ନାକୁ ଆସିଛି l ହଷ୍ଟେଲ ରେ ନବମ ଶ୍ରେଣୀର କିଛି ଛାତ୍ର ମଦ ପିଇ ନିଶା ସେବନ କରୁଥିବା ବେଳେ ଏହି ଘଟଣାକୁ ଷଷ୍ଠ ଶ୍ରେଣୀର ଅଧ୍ୟୟନ ଛାତ୍ର ଜଣକ ଦେଖି ବାକୁ ପାଇ ଥିଲେ, ଆଉ ଘଟଣାକୁ ନେଇ ସ୍କୁଲ କତୃପକ୍ଷ ଙ୍କୁ ଜଣାଇ ଥିଲେ, ହେଲେ ସ୍କୁଲ କତୃପକ୍ଷ ଏହାକୁ କର୍ଣ୍ଣପାତ କରି ନଥିବା ସୂଚନା ମିଳିଛି, ତେବେ ଏହି ଘଟଣାକୁ କେନ୍ଦ୍ରକରି ଉକ୍ତ ନବମଶ୍ରେଣୀ ଛାତ୍ର ମାନେ ଷଷ୍ଠ ଶ୍ରେଣୀ ଛାତ୍ର ଉପରେ ଅତ୍ୟଚାର ଆରମ୍ଭ କରିଥିଲେ ,ଯେଉଁ ଘଟଣା ଏବେ ପଦାରେ ପଡ଼ି ରାସ୍ତାରେ ଗଡୁଛି l ହଷ୍ଟେଲ ଭିତରେ ନିଶା ସେବନ ଆଉ ଛାତ୍ରଙ୍କ ଉପରେ କରିଥିବା ନିର୍ଯାତନା ସାଧାରଣରେ ପ୍ରଶ୍ନ ବାଚୀ ହୋଇଛି ? କାହିଁକି ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି କଣ ଏହାର ସମାଧାନ ହୋଇ ପlରେ, କେଵେ ସରକାର ଏବଂ ପ୍ରଶାସନିକ ଅଧିକାରୀଙ୍କ ଆଖି ଖୋଲିବ ଏହି ତମାମ ପ୍ରଶ୍ନ ଏବେ ଲୋକଙ୍କ ଭିତରେ ଆଲୋଚନା ହେଉଛି l ଏଭଳି କିଛି ଘଟଣା ଖୁଣ୍ଟା ଥାନା ଅଧୀନ ବାସିପିଠା ଏସ.ଏସ.ଟି ହାଇସ୍କୁଲ ଆଦିବାସୀ ଛତ୍ରବlସରେ ଘଟିଛି l ତେବେ ସୂଚନାରୁ ଜଣା ପଡିଛି ବାରିପଦା ଭୁଗୁଡା କଟା ଅଞ୍ଚଳ ଜଣେ ଷଷ୍ଠଶ୍ରେଣୀ ଛାତ୍ର ଙ୍କୁ ନବମ ଶ୍ରେଣୀର ୮/୯ ଜଣ କିଛି ଛାତ୍ର ହଷ୍ଟେଲ ରେ ବନ୍ଦକରି ପ୍ରତିଶୋଧ ପରାୟଣ ହୋଇ ଲୁହl ରଡ଼ ରେ ପିଟିବା ସହିତ ଗୋଇଠା ବିଧା, ମାରି ଧାରୁଆ ଅସ୍ତ୍ର ରେ ହାତ କାଟିବା କ୍ଷତ ଜାଗାରେ ଲୁଣ ମାରି ଏଭଳି ନିର୍ଯାତନା ଦେଇ ଥିଲେ l ତେବେ ନିର୍ଯାତନା ର ଶିକାର ହୋଇ ଥିବା ଅଭିଭାବକ ଘଟଣା ବିଷୟରେ ଜଣିବା ପରେ ଘଟଣାକୁ ନେଇ ଖୁଣ୍ଟା ଥାନାରେ ଏକ ଲିଖିତ ଅଭିଯୋଗ କରି ଛନ୍ତି l ଲିଖିତ ଅଭିଯୋଗ ଆଧାରରେ ଖୁଣ୍ଟା ଥାନା ଭାରପ୍ରାପ୍ତ ଅଧିକାରୀ ପଞ୍ଚାନନ ମହାନ୍ତି ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ତେବେ ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି ଏହି ଘଟଣା ଟି ଫେବୃଆରୀ ୧୫ ରେ ଘଟିଥିଲା l ସ୍କୁଲ କତୃପକ୍ଷ ଦୀପ୍ତକାନ୍ତ ଜେନା ଛାତ୍ର ଜଣକ ତାଙ୍କୁ ଘଟିଥିବା ଘଟଣା ବିଷୟ ରେ ଜଣାଇ ନଥିବା ସଫେଇ ଦେଇଛନ୍ତି l ତେବେ ପୋଲିସ ଅଭିଭାବକ ଙ୍କ ଲିଖିତ ଅଭିଯୋଗ କୁ ଆଧାର କରି ୧୦୭/୨୫ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି l ଆଗକୁ ଦେଖିବାକୁ ରହିଛି ଛାତ୍ରl ବାସରେ କେଵେ ସୁଧାର ଆସୁଛି l