ବାସୁଦେବ ଗୋଦାବରୀ ଡିଗ୍ରୀ ମହାବିଦ୍ୟାଳୟରେ ଏନ୍ ଏସ୍ ଏସ୍ ପ୍ରଶିକ୍ଷଣ ଶିବିର ଉଦଯାପିତ
କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ବାସୁଦେବ ଗୋଦାବରୀ ଡିଗ୍ରୀ ମହାବିଦ୍ୟାଳୟ ରେ ତିନି ଦିନ ଧରି ଜାତୀୟ ସେବା ଯୋଜନା ଦ୍ବାରା ପରିଚାଳିତ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଅଧକ୍ଷ ଦୟାସାଗର ପ୍ରଧାନ ଯୋଗ ଦେଇ ସ୍ୱେଚ୍ଛା ସେବୀ ମାନଙ୍କୁ ସମାଜ ସେବାରେ ବ୍ରତୀ ହେବା ସଂଗେ ସଙ୍ଗେ ନିଜ ପାଇଁ ଏକ ଆଦର୍ଶ ଉଦାହରଣ ପ୍ରସ୍ତୁତ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ। ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜୀବ ପ୍ରଯୁକ୍ତି ବିଦ୍ୟା ବିଭଗର ପ୍ରଫେସର ଡ. ଅମୀୟ ପଟେଲ୍ ଯୋଗ ଦେଇ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ମନୁଷ୍ୟର ତଥା ପରିବେଶର ଓ ମୌଳିକ ସମସ୍ୟାର ସମାଧାନ କିପରି କରାଯାଇ ପାରିବ ତାର ଆଲୋକପାତ କରିଥିଲେ ଓ ସ୍ଵେଚ୍ଛା ସେବୀ ମାନଙ୍କୁ ସମାଜ ସେବାରେ ବ୍ରତୀ ହେବାପାଇଁ ଉପଦେଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଏନଏସଏସ ବ୍ୟୁରୋର ସଂଯୋଜକ ଅଧିକାରୀ ଡ.ବିରେନ୍ଦ୍ର ବେହେରା ଯୋଗଦେଇ ସମାଜରେ ନୈତିକତା, ସରଳତା ଓ ବିଭିନ୍ନ ସମାଜ ସେବା ମାଧ୍ୟମରେ ନିଜେ ଏକ ଉଦାହରଣ ସୃଷ୍ଟି କରିପାରିବେ ତାର ଏକ ଦୃଷ୍ଟାନ୍ତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କର ଖେଳ ଓ ଯୁବ ବ୍ୟପାର ମନ୍ତ୍ରାଳୟର ଆଞ୍ଚଳିକ ନିର୍ଦ୍ଦେଶିକା ଶୁଶ୍ରୀ ସରିତା ପଟେଲ୍ ଯୋଗ ଦେଇ NSS ର ଲକ୍ଷ୍ୟ ଆଦର୍ଶରେ ବ୍ରତି ହେବାସହ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଉପଦେଶ ଦେଇଥିଲେ। ଭାରତ ସରକାରଙ୍କର ରାଜ୍ୟ ଯୁବ ଅଫିସର ଶ୍ରୀ ଅଜିତ କୁସୱାହା ଏନ୍ ଏସ୍ ଏସ୍ ଡିଜିଟାଲ ଓ ମାଇଁ ଭାରତ ପ୍ରୋଟାଲ ଉପରେ ଏକ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ସଂଯୋଜକ ଅଧିକାରୀ ଶ୍ରୀମାନ ବିନୋଦ ବିହାରୀ ପୃଷେଠ ପରିଚାଳନା କରିଥଲେ ଓ ଶିବିରର ସବୁ କାର୍ଯ୍ୟକ୍ରମକୁ ସଠିକ୍ ଭାବରେ ତୁଲାଇଥିଲେ। ଅନ୍ୟ ଏକ ଅତିଥି ଭାବରେ ମହାବିଦ୍ୟାଳୟର ଆଲୁମିନି ସେକ୍ରେଟାରୀ ଶ୍ରୀମାନ ବିଜୁ ସାହୁ ଯୋଗ ଦେଇ ବିଭିନ୍ନ ସମାଜ ସେବା କାର୍ଯ୍ୟକ୍ରମରେ ତାଙ୍କର କିପରି ଯୋଗଦାନ ରହିଛି ତାର ମର୍ମ ବୁଝାଇଥିଲେ। ଏହି ତ୍ରି ଦିବସୀୟ କାର୍ଯ୍ୟକ୍ରମରେ ସମୁଦାୟ ତିନୋଟି ୟୋଗ କ୍ଲାସ,୧୦ ଟି ଟ୍ରେନିଙ୍ଗ କ୍ଲାସ ,୬ ଟି ପ୍ରତିଯୋଗିତା, ଏକ ସଚେତନତା ଶୋଭାଯାତ୍ରା ଓ କେଶାଇବହାଲ ବସଷ୍ଟାଣ୍ଡ ରେ ଦୁଇଟି ପଥ ପ୍ରାନ୍ତ ନାଟକ, ଜଳ ସଂରକ୍ଷଣ ଓ ସାମାଜିକ ଗଣମାଧ୍ୟମ ଉପରେ ପରିବେଷଣ କରାଯାଇଥିଲା ଓ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା। ଏହି ଶିବିରରେ ତିନୋଟି ଜିଲ୍ଲାର ୧୦୦ ଜଣ ସ୍ୱେଚ୍ଛାସେବୀ ,୧୦ଜଣ ସଂଯୋଜକ ଅଧିକାରୀ , ଓ ସମ୍ବଲପୁର ଜିଲ୍ଲାର ନସ ଶାଖାର ଜିଲ୍ଲା ସଂଯୋଜକ ଅଧିକାରୀ ଶ୍ରୀମାନ ଶାନ୍ତନୁ ପଧାନ ଯୋଗ ଦେଇ ଯୁବ ନେତୃତ୍ୱର ଅଧିକାରୀ ହେବା ସହ ସମାଜସେବାରେ ନିଜକୁ ନିୟୋଜିତ କରିବାକୁ ଓ ଜୀବନରେ ଅନ୍ୟପାଇଁ କିଛି କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟରେ ଶ୍ରୀମାନ ହରେଶ କୁମାର ସାହୁ ସକ୍ରୀୟ ସହଯୋଗ କରିଥିବା ବେଳେଶ୍ରୀମାନ ନରେନ୍ଦ୍ର ନାୟକ, ମିଳନ ପଟେଲ୍, ଆଲୋକ ପଟେଲ୍, ଅମୀୟ ପଟେଲ୍ ବୈଶଇକ ସହଯୋଗ ଯୋଗାଇଥିଲେ ଓ ସମସ୍ତ କର୍ମଚାରୀ ବୃନ୍ଦ ଏବଂ ୩୨ ଜଣ ସ୍ୱେଚ୍ଛାସେବୀ ଯଥା ଲିପନ, ଖୁସି, ଗୌରୀ,ନମିତା, ତୃପ୍ତି, ସଂଗ୍ରାମ, ପୂଜା,ବିଶ୍ଵଜିତା, ନୁତୁନ, ମନିଶ, ସାଗର, ଶିବ, ଲିପ୍ସା, ସୁସ୍ମିତା, ଡଲି, ପ୍ରିୟଦର୍ଶିନୀ, ବବିତା, ସଂଜୟ, ଅମିତ୍,ବୈଶାଳୀ, ଅଭିଷେକ, ମାନସ, ବର୍ଷା, ଶ୍ରାବଣୀ, କଲ୍ୟାଣୀ, ଭକ୍ତି, ସୁନୀତା, ରାହୁଲ, ପ୍ରୀତିରଞ୍ଜନ, ପ୍ରିୟଙ୍କା, ଡୋଲେନ୍ଦ୍ରି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।