ବାସୁଦେବ ନାୟକ ବୁଗୁଡା ବ୍ଲକର ନୂତନ ବିଡ଼ିଓ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ନୂତନ ବିଡ଼ିଓ ଭାବେ ବାସୁଦେବ ନାୟକ ନଭେମ୍ବର ୪ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ବିଡ଼ିଓ ତନ୍ମୟ ପାତ୍ରଙ୍କ କବିସୂର୍ଯ୍ୟ ନଗର ବିଡ଼ିଓ ଭାବେ ବଦଳି ହୋଇଥିବା ବେଳେ କବିସୂର୍ଯ୍ୟ ନଗରରୁ ବଦଳି ହୋଇ ଶ୍ରୀ ନାୟକ ବୁଗୁଡା ବ୍ଲକ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବୁଗୁଡା ବିଡ଼ିଓ ଶ୍ରୀ ନାୟକ ଓ ବଦଳି ହୋଇଥିବା ପୂର୍ବତନ ବିଡ଼ିଓ ଶ୍ରୀ ପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ଏବଂ ବ୍ଲକ ଅଫିସ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ