ବାସୁଦେବ ହାଇସ୍କୁଲରେ ଅଭିଭାବକ – ଶିକ୍ଷକ ସଭା

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ ) ରାଜ୍ୟ ପ୍ରାଥମିକ ଶିକ୍ଷା ପ୍ରାଧିକରଣଙ୍କ ନିର୍ଦ୍ଦେଶନାରେ ଗଞ୍ଜାମ ଜିଲ୍ଲା ଶିକ୍ଷା ପ୍ରାଧିକରଣଙ୍କ ଆଦେଶ ପ୍ରକାରେ ବାସୁଦେବ ନୋଡାଲ ହାଇସ୍କୁଲ ଅଭିଭାବକ – ଶିକ୍ଷକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବୃକ୍ଷକେତୁ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରବିନ୍ଦ୍ର ନାଥ ପଟ୍ଟନ୍ୟାକ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ । ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ, ପ୍ରେରଣା, ଲାଇବ୍ରେରୀ, ଓ ଗଛଟିଏ ପିଲାଟିଏ କାର୍ଯ୍ୟକ୍ରମ , ପଲଥିନି, ଓ ପ୍ଲାଷ୍ଟିକ ବର୍ଜନ, ଘରେ ଘରେ ପାଇଖାନା , ନିୟମିତ ବିଦ୍ୟାଳୟରେ ଉପସ୍ଥାପନା ତଥା ସ୍ୱଚ୍ଛତା ଓ ସୁରକ୍ଷା ପ୍ରତି ଯତ୍ନ ନେବା ପାଇଁ ଅଭିଭାବକ ସଭାରେ ଆଲୋଚନା କରାଯାଇଥିଲା । ପ୍ରଭାତ କୁମାର ପାଢୀ , ରଞ୍ଜନ ବାଡତ୍ୟା , ସୋଲା ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ