ବାସ୍ତୁଶାସ୍ତ୍ର : ତୁଳସୀ ଚଉରା
ଦେବଦୁର୍ଲଭା ତୁଳସୀ ବିଷ୍ଣୁଙ୍କର ପ୍ରିୟ । ତୁଳସୀ ପତ୍ର ବିନା ବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଇପାରିବ ନାହିଁ । ତୁଳସୀ ଗଛ ମୂଳରେ ଗଙ୍ଗା ଓ ତା’ ପତ୍ରରେ ଅନେକ ଦେବାଦେବୀ ବାସ କରନ୍ତି ବୋଲି ଉଲ୍ଲେଖ ରହିଛି । ତେଣୁ ଚଉରାରେ ତୁଳସୀ ଗଛ ରଖି ପୂଜା କରାଯାଏ । ହେଲେ ଆମେ ଅନେକ ସମୟରେ ଚଉରାକୁ ନିଜ ଇଚ୍ଛା ମୁତାବକ ଦିଗରେ ରଖି ପୂଜା କରିଥାଉ । ଏପରି କରିବା ଅନୁଚିତ । ତୁଳସୀ ଗଛ କିମ୍ବା ତୁଳସୀ ଚଉରା ରଖିବାର ସ୍ୱତନ୍ତ୍ର ଦିଗ ରହିଛି । ଶାସ୍ତ୍ରବିତଙ୍କ କହିବା ଅନୁସାରେ ଘରର ଡାହାଣ ପାଶ୍ୱର୍ରେ କିମ୍ବା ଘରର ଦକ୍ଷିଣ ଦିଗରେ ତୁଳସୀ ଚଉରା ରଖନ୍ତୁ । ଘରୁ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ବାହାରୁଥିଲେ ସେହି ଚଉରା ମୂଳରୁ ଟିକେ ମାଟି ନେଇ ମଥାରେ ମାରନ୍ତୁ । ଦେଖିବେ ଆପଣଙ୍କ ଯାତ୍ରା ସଫଳ ହେବ ।