ବାସ୍ତୁଶାସ୍ତ୍ର : ବ୍ୟାଗ୍ ଓ ପକେଟ୍
(ଯୁଗାଦ୍ଦ ନ୍ୟୁଜ) ସାଧାରଣତଃ ଆମେ ବ୍ୟବହାର କରୁଥିବା ଅଧିକାଂଶ ଦୈନନ୍ଦିନ ଜିନିଷକୁ ବ୍ୟାଗ କିମ୍ବା ଆମ ଡ୍ରେସ ପକେଟରେ ରଖି ଘରୁ ବାହାରିଥାଉ । ହେଲେ ବାସ୍ତୁଶାସ୍ତ୍ର କିଛି ଅଲଗା କଥା କହୁଛି । ବାସ୍ତୁବିତ୍ଙ୍କ କହିବା ଅନୁସାରେ ଆମେ ବ୍ୟାଗ ବା ପକେଟରେ ଯେକୌଣସି ଜିନିଷ ରଖି ଘରୁ ବାହାରିବା ଅନୁଚିତ । ଆମ ଦୈନନ୍ଦିନ ବ୍ୟବହୃତ ଜନିଷ ମଧ୍ୟରୁ ଏମିତି କିଛି ଜିନିଷ ଅଛି ଯାହାକୁ ଆମେ ବ୍ୟାଗରେ ରଖିଲେ ଆମ ପ୍ରତି ବିପଦ ମାଡିଆସେ ବୋଲି ବାସ୍ତୁ କହୁଛି । ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍ସ ।ଜିନିଷ କିଣିବା ପରେ ଦୋକାନୀ ଯେଉଁ ବିଲ୍ ଦେଉଛି ତାକୁ ସାଧାରଣତଃ ଆମେ ଆମ ପର୍ସ କିମ୍ବା ସାର୍ଟ ବା ପ୍ୟାଣ୍ଟ ପକେଟରେ ରଖି ଦେଇଥାଉ । କିନ୍ତୁ ବାସ୍ତୁ କହୁଛି ପୁରୁଣା ବିଲ୍ ବା ପର୍ଚି ପକେଟରେ ରଖିବା ଅନୁଚିତ । ଏହାକୁ ଘରେ କିମ୍ବା ଗାଡିରେ ରଖନ୍ତୁ । ବିଲ ପକେଟରେ ରଖିବା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।ଯଦି ଆପଣଙ୍କ ପାଖରେ କୌଣସି ଫଟୋ ଅଛି, ଯେଉଁଥିରେ କାହାର କ୍ରୋଧୀ ବା ରାଗିଲା ମୁହଁ ଅଛି, ତେବେ ତାହା ବିପଜ୍ଜନକ । ଏପରି ଫଟୋ ବ୍ୟାଗରେ ରଖନ୍ତୁ ନାହିଁ । କାରଣ ଏହାକୁ ଦେଖିବା ଫଳରେ ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଛିଣ୍ଡା ପର୍ସକୁ ବ୍ୟାଗରେ ରଖନ୍ତୁ ନାହିଁ । ବାସ୍ତୁଶାସ୍ତ୍ର କହୁଛି ଏହାକୁ ରଖିବା ଦ୍ୱାରା ଆପଣଙ୍କ ପାଖରେ ଅର୍ଥାଭାବ ଦେଖାଦେବ । ତେଣୁ ପର୍ସ ଛିଣ୍ଡିଲେ ବା ଖଣ୍ଡିଆ ହେଲେ ଏହାକୁ ବଦଳାଇ ଦେବା ସବୁଠାରୁ ବୁଦ୍ଧିମାନର କାମ ।