ବାସ୍ତୁ : ପରିବାରରେ ଆଣନ୍ତୁ ଖୁସି

ପରିବାର ମଧ୍ୟରେ ଭଲ ପାଇବା ସୁଖମୟ ଜୀବନର ଆଧାର । ପ୍ରତ୍ୟେକ ଇଚ୍ଛା କରିଥାଆନ୍ତି ସେମାନଙ୍କ ପରିବାର ଏକାଠି ଓ ହସଖୁସିରେ ଜୀବନ ଅତିବାହିତ କରନ୍ତୁ । ବେଳେବେଳେ ଏପରି ଦେଖାଯାଏ ଯେ, ଛୋଟ ଛୋଟ କଥାରେ ଗୃହରେ କଳହ ହୋଇଥାଏ । ଏହି କଳହର ମାତ୍ରା ବଢ଼ିଲେ ଘରେ ଅଶାନ୍ତି ବଢ଼ିବା ସହ ଏହାର ପ୍ରଭାବ କର୍ମକ୍ଷେତ୍ରରେ ମଧ୍ୟ ପଡ଼ିଥାଏ । ବାସ୍ତୁଶାସ୍ତ୍ରରେ ଏପରି କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣେଇବା ଦ୍ୱାରା ପରିବାରରେ ସର୍ବଦା ଖୁସି ବଜାୟ ରହିବୟ ଜାଣନ୍ତୁ ।
ଘରେ ଥିବା ଗୁରୁଜନଙ୍କର ନିୟମିତ ସେବା କରନ୍ତୁ । ତାଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତୁ ।
ଘରର ବୈଠକ କକ୍ଷରେ ଭଗବାନ ବିଷ୍ଣୁ କିମ୍ବା ପ୍ରଭୁ ଶ୍ରୀକୃଷ୍ଣଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ । ଏପରି କରିବା ଦ୍ୱାରା ସଦସ୍ୟଙ୍କ ମଧ୍ୟରେ ସ୍ନେହର ସମ୍ପର୍କ ସର୍ବଦା ରହିଥାଏ ।
ପରଦା ସଦୃଶ ଶଙ୍ଖ କିମ୍ବା ଶାମୁକାରେ ନିର୍ମିତ ହୋଇଥିବା ପରଦା ଲଗାନ୍ତୁ । ଏପରି କରିବା ଦ୍ୱାରା ପାରିବାରିକ ମତଭେଦ ଦୂର ହୋଇଥାଏ ।
ଅଦରକାରୀ ବସ୍ତୁ ଘରେ ରଖନ୍ତୁ ନାହିଁ
ଖଟ ତଳେ କୌଣସି ଅନାବଶ୍ୟକ ବସ୍ତୁ ରଖନ୍ତୁ ନାହିଁ ।
ଘରର ପ୍ରତ୍ୟେକ କକ୍ଷରେ ଫିଟକରି ଖଣ୍ଡ ରଖନ୍ତୁ । ଏପରି କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ରହିବା ସହ ବାସ୍ତୁଦୋଷ ଦୂର ହୋଇଥାଏ ।
ଗେଣ୍ଡୁ ଫୁଲରେ ସିନ୍ଦୂର ଲଗାଇ ମା’ବୃନ୍ଦାବତୀଙ୍କୁ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ପରିବାର ମଧ୍ୟରେ ସୁଖଶାନ୍ତିର ବାତାବରଣ ନିଶ୍ଚୟ ରହିଥାଏ ।
ନିୟମିତ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କୁ ପୂଜାର୍ଚ୍ଚନା କରନ୍ତୁ ।
ପତିପତ୍ନୀ ଏକତ୍ରିତ ଯେ କୌଣସି ବ୍ରତ ପାଳନ କରନ୍ତୁ ।
ରୁଟି ପ୍ରସ୍ତୁତ କରିବା ପରେ ପ୍ରଥମ ରୁଟି ଗାଈ ଓ ଶେଷ ରୁଟି କୁକୁର ପାଇଁ ରଖନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ