ବାହନ ଚାଳକଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଉଚ୍ଛେଦ

ପରିବହନ ବାହନ ଚଳାଇବାଲାଗି ଆବଶ୍ୟକହେଉଥିବା ସର୍ବନିମ୍ନଶିକ୍ଷାଗତଯୋଗ୍ୟତା ସର୍ତଉଚ୍ଛେଦ କରିବାଲାଗି କେନ୍ଦ୍ରସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହି ପଦକ୍ଷେପ ଦ୍ୱାରାସମାଜର ଆର୍ଥିକ ଦୁର୍ବଳଶ୍ରେଣୀର ଦକ୍ଷ ଲୋକମାନେ ଉପକୃତ ହୋଇପାରିବେ । ପୂର୍ବରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ର ନିୟମ ୮ ଅନୁଯାୟୀ ଏକ ପରିବହନ ବାହନର ଡ୍ରାଇଭରଙ୍କ ପାଇଁ ଅଷ୍ଟମ ପାସକରିବା ବାଧ୍ୟତାମୂଳକଥିଲା । ତେବେ ଶରଗ୍ରାମାଂଚଳରେ ଏମିତି ଅନେକ ବେରୋଜଗାର ଲୋକ ଅଛନ୍ତିଯେଉଁମାନଙ୍କ ନିକଟରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନଥିଲେ ସୁଦ୍ଧା ସେମାନେ ଗାଡ଼ିଚାଳନା ସମ୍ପର୍କରେ ସଚେତନ ଏବଂ ଦକ୍ଷ । ନିକଟରେ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହିବୈଠକରେ ହରିୟାଣା ସରକାର ପରିବହନ ବାହନ ଚାଳକଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସର୍ତକୁ ଉଚ୍ଛେଦ କରିବାଲାଗି ଅନୁରୋଧ କରିଥିଲେ । ରାଜ୍ୟର ମେୱାତ କ୍ଷେତ୍ରରେ ଅଧିକାଂଶ ଲୋକ ଗାଡ଼ିଚାଳନା ଭଳି କମ ରୋଜଗାର କ୍ଷେତ୍ରରେ ନିୟୋଜିତ ଅଛନ୍ତି । ହରିୟାଣା ସରକାରତାଙ୍କ ଅନୁରୋଧରେ ଦର୍ଶାଇଥିଲେ ଯେ ଏହି ଅଂଚଳରେ ଅଧିକାଂଶ ଲୋକ ଗାଡ଼ିଚାଳନାରେ ଦକ୍ଷ ହୋଇଥିଲେ ମଧ୍ୟ ଆବଶ୍ୟକ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଅଭାବରୁ ସେମାନେ ଗାଡ଼ିଚାଳନା ଲାଇସେନ୍ସ ପାଇ ପାରୁନାହାନ୍ତି । କ୍ଷେତ୍ରରେ ମନ୍ତ୍ରଣାଳୟର ଏହାହୃଦବୋଧ ହୋଇଥିଲାଯେ ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ପେସାଗତ ଦକ୍ଷତା ଗୁରୁତ୍ୱପୂର୍ଣ୍ଣ ।ଯୋଗ୍ୟ ବେରୋଜଗାର ଯୁବକମାନଙ୍କ ପାଇଁସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାସର୍ତ ଏକ ବାଧକଭାବେ ଉଭାହେଉଛି । ବର୍ତମାନ ଏହି ନିଷ୍ପତି ଦ୍ୱାରା ଦେଶର ଅଧିକାଂଶ ବେରୋଜଗାର ଲୋକ, ବିଶେଷକରି ଯୁବକମାନେ ରୋଜଗାର ପାଇପାରିବେ । କେବଳ ସେତିକି ନୁହେଁ, ଏହା ଦେଶର ପରିବହନ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ୨୨ ଲକ୍ଷବାହନ ଚାଳକଙ୍କ ନିଅଂଟକୁ ଭରଣା କରିପାରିବ, ଯାହା ଏହିକ୍ଷେତ୍ରରେ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ । ଯଦିଓ, ମନ୍ତ୍ରଣାଳୟ କ୍ଷରୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସର୍ତକୁଉଚ୍ଛେଦ କରାଯାଇଛି, ବାହନ ଚାଳକ ମାନଙ୍କ ତାଲିମ ଏବଂ ଦକ୍ଷତା କ୍ଷେତ୍ରରେ କୌଣସି ପ୍ରକାରର ସାଲିସ କରାନଯିବାଉପରେ ଗୁରୁତ୍ୱ ଦିଆଯାଇଛି । ତେଣୁ ଡ୍ରାଇଭିଂଲାଇସେନ୍ସଲାଗି ଆବେଦନ କରୁଥିବାବ୍ୟକ୍ତିଙ୍କୁ ବାଧ୍ୟତାମୂଳକଭାବେ କଡ଼ା ଦକ୍ଷତା ପରୀକ୍ଷାରେ ଉତୀର୍ଣ୍ଣହେବାକୁ ପଡ଼ିବ ।ମନ୍ତ୍ରଣାଳୟ ମୋଟର ବାହନ ଆଇନ ୧୯୮୮ ଅନୁସାରେ ଏଥିପ୍ରତି ଗୁରୁତ୍ୱାରୋପ କରିଛି ଯେ କୌଣସି ସ୍କୁଲ କିମ୍ବା ପ୍ରତିଷ୍ଠାନ ପକ୍ଷରୁ ଦିଆଯାଉଥିବା ବାହନ ଚାଳନାତାଲିମରେ ସଂକେତ ପଢ଼ିବା, ଜିଷ୍ଟିକ୍ସଡ୍ୟୁଟିଭଳି ଡ୍ରାଇଭରଲଗ୍ସର ରକ୍ଷଣାବେକ୍ଷଣ କରିବା, ଟ୍ରକ ଏବଂ ଟ୍ରେଲରର ନିରୀକ୍ଷଣ କରିବା, ପ୍ରି-ଟ୍ରିପ ଏବଂ ପୋଷ୍ଟଟ୍ରିପ ରେକର୍ଡ ପ୍ରସ୍ତୁତ କରିବା, କାଗଜପତ୍ର କାର୍ଯ୍ୟରବିସଙ୍ଗତି ନିର୍ଦ୍ଧାରଣ କରିବା, ସୁରକ୍ଷା ସମ୍ବନ୍ଧୀୟ ବିପଦର ପୋର୍ଟ କରିବାଲାଗି କୁଶଳୀ ଯୋଗାଯୋଗ କରିବାରେ ଚାଳକ ସକ୍ଷମ ହେବାଭଳି ପ୍ରଶିକ୍ଷଣ ସୁନିଶ୍ଚିତ କରାଯିବ । କେବଳ ସେତିକି ନୁହେଁ ବ୍ୟବସାୟିକ ତାଲିମ ଏବଂ ଦକ୍ଷତା ସୁବିଧା ପ୍ରଦାନ କରୁଥିବା ସ୍କୁଲ ଏବଂ ପ୍ରତିଷ୍ଠାନ ରାଜ୍ୟର ନିୟାମକ ନିୟନ୍ତ୍ରଣ ଅଧୀନ ଅଟେ । ତେଣୁ ଦିଆଯାଉଥିବା ତାଲିମ କୌଣସି ନିର୍ଦ୍ଦିଷ୍ଟ ପ୍ରକାରର ମୋଟର ଯାନ ଚାଳନା ସମ୍ବନ୍ଧୀୟ ସମସ୍ତ ଦିଗକୁ କଭରକରି ଉଚ୍ଚଗୁଣବତା ପୂର୍ଣ୍ଣହେବା ଆବଶ୍ୟକ । ମନ୍ତ୍ରଣାଳୟ ପକ୍ଷରୁ ମୋଟର ଯାନ (ସଂଶୋଧନ) ବିଲରେ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତାକୁ ହଟାଇବାର ପ୍ରସ୍ତାବ ପୂର୍ବରୁ ନେଇ ସାରିଥିଲା । ଏହାକୁ ଗତ ଲୋକସଭାରେ ଅନୁମୋଦନ କରାଯାଇଥିଲା । ଏହିବିଷୟରେ ସଂସଦର ଷ୍ଟାଣ୍ଡିଂକମିଟି ଏବଂ ସିଲେକ୍ଟକମିଟି ମଧ୍ୟ ବିଚାର ବିମର୍ଷ କରିଥିଲା । ଉପରୋକ୍ତକୁ ଦୃଷ୍ଟିରେ ରଖିସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଯାନ ୧୯୮୯ର ନିୟମ ୮ରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ଏବଂ ଏ ବିଷୟରେ ବିଧିବଦ୍ଧ ବିଜ୍ଞପ୍ତି ଖୁବଶୀଘ୍ର ଜାରିକରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ