ବାହାଘରକୁ ମାମୁଁ ଘରକୁ ଆସି ଅଟୋ ଧକ୍କାରେ ଭଣଜା ମୃତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ତାଳଗାଁ ଛକରେ ଶନିବାର ଦିନ ୧୨ଟା ପାଖାପାଖି ସମୟରେ ଏକ ଅଟୋ ଧକ୍କାରେ ଶାଢେ ତିନିବର୍ଷର ଶିଶୁ ପୁତ୍ର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସୂରିଆଗଡା ଗାଁର ସୁବାଷ ମୁଣ୍ଡାରୀ, ସ୍ତ୍ରୀ ସୋମବାରୀ ମୁଣ୍ଡାରୀ, ଏବଂ ତାଙ୍କର ଦୁଇ ଛୁଆକୁ ଧରି ଜାମଦା ଥାନା ଅନ୍ତର୍ଗତ ତାଳଗାଁକୁ ଶୁଶୁର ଘରକୁ ବାହାଘର ପାଇଁ ଶୁକ୍ରବାର ଦିନ ଆସିଥିଲେ । ଶୁକ୍ରବାର ବାହାଘର ଶେଷ ପରେ ଆଜି ଶନିବାର ଭୋଜିଭାତ ଥିଲା ।ଆଜି ଖରାବେଳେ ରାସ୍ତାକଡ ପାଖରେ ସୁବାଷ ମୁଣ୍ଡାରୀର ପୁଅ ଅମନ ମୁଣ୍ଡାରୀ ଖେଳୁଥିବା ବେଳେ ହଠାତ୍ ଜାମଦା ଆଡୁ ଏକ ଅଟୋ ଆସି ଧକ୍କା ଦେବା ଫଳରେ ପିଲାଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ରବିବାର ଦିନ ଶବ ବ୍ୟବଚ୍ଛେଦ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ