ବାହାଘର ପରେ ବର ଥାନାରେ

ମଧ୍ୟପ୍ରଦେଶ : ସାଧାରଣତଃ ବିବାହ ପରେ ବର କନ୍ୟାକୁ ନେଇ ନିଜ ଘରକୁ ଯାଇଥାଏ । କିନ୍ତୁ ବିବାହ ପରେ ବର ଥାନାରେ ପହଞ୍ଚିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭିଣ୍ଡ୍‌ ଅଞ୍ଚଳରେ । କନ୍ୟା ବଦଳ ନେଇ ବର ଜଣଙ୍କ ବିବାହ ପରେ ଥାନାରେ ଯାଇ ଅଭିଯୋଗ କରିଛନ୍ତି । ମଧ୍ୟପ୍ରଦେଶ ଭିଣ୍ଡ୍‌ ଜିଲ୍ଲାରେ ବିବାହରେ କନ୍ୟା ବଦଳ କରାଯାଇଥିବା ନେଇ ଏକ ମାମଲା ସାମ୍ନାକୁ ଆସିଛି । ବିବାହ ପରେ ବର ଓ ତାଙ୍କ ପରିବାର ପୋଲିସ୍‌ରେ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ୍‌ ଏହି ମାମଲାର ତଦନ୍ତ ଜାରି ରଖିଛି । ଭିଣ୍ଡ୍‌ ଜିଲ୍ଲାର ଗୋହଦ୍‌ ବିକାଶଖଣ୍ଡ କ୍ଷେତ୍ରରେ ଜାନୁଆରୀ ୧୬ ତାରିଖରେ ଏକ ବିବାହ ହୋଇଥିଲା । ଏହି ବିବାହରେ ବର ତଥା ବରଘରର ପରିବାର କନ୍ୟା ବଦଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ବିବାହ ପୂର୍ବରୁ ଯେଉଁ ଝିଅକୁ ସେମାନେ ପସନ୍ଦ କରିଥିଲେ, ସେହି ଝିଅ ବା କନ୍ୟା ସହିତ ବିବାହ ହୋଇନଥିବାର କହିଛନ୍ତି ବର ଓ ତାଙ୍କ ପରିବାର । ତେବେ ମେକ୍‌ଅପ୍‌ କାରଣରୁ କନ୍ୟାର ଚେହେରା ବଦଳିଥାଇପାରେ ବୋଲି କନ୍ୟା ଘର ତରଫରୁ କହିଛନ୍ତି । ଝିଅ ପସନ୍ଦ କରିବା ପରେ ପସନ୍ଦ ହୋଇଥିବା ଝିଅଟି ସହିତ ତାଙ୍କର ଟିକା ରସମ୍‌ ହୋଇଥିଲା ବୋଲି କହିଛନ୍ତି ବର। କିନ୍ତୁ ବିବାହ ସମୟରେ କନ୍ୟା ବଦଳ ହୋଇ ଅନ୍ୟ ଏକ କନ୍ୟା ସହ ତାଙ୍କର ବିବାହ କରାଯାଇଛି ବୋଲି ଯୁକ୍ତି କରିଛନ୍ତି ବର । ତେବେ ପୋଲିସ୍‌ ଏହି ଘଟଣାର ଯାଞ୍ଚ କରିବା ସହିତ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଚେଷ୍ଟା ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ