ବାହାନଗା ରେଳ ଦୁର୍ଘଟଣାରେ ଅଚିହ୍ନା ୮୨ଟି ଶବକୁ ପୁରୀ ସ୍ୱର୍ଗଦ୍ୱାରରେ ଦାହ କରିବାକୁ ସମାଜସେବୀଙ୍କ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜୁନ ମାସ ୩ ତାରିଖ ଦିନ ବାଲେଶ୍ୱର ବାହାନଗାଠାରେ ମର୍ମନ୍ତୁଦ କରମଣ୍ଡଳ ରେଳ ଦୁର୍ଘଟଣା ସାର ଦେଶକୁ ସ୍ତବ୍ଧ କରିଦେଇଥିଲା । ଏହି ରେଳ ଦୁର୍ଘଟଣାରେ ୨୮୨ଜଣ ମୃତ୍ୟୁବରଣ କରିଥିବା ବେଳେ ୨ ହଜାରରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇ ବିଭିନ୍ନ ଡ଼ାକ୍ତରଖାନାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଆଉ କିଛି ଯାତ୍ରୀ ଏବେ ମଧ୍ୟ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଇତି ମଧ୍ୟରେ ପ୍ରାୟ ୨୦୦ ଶବ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮୨ଟି ଶବ ଏମ୍‌ସ ହସ୍ପିଟାଲ କଣ୍ଟେନରରେ ପଡ଼ିରହିଛି । ସେଥିମଧ୍ୟରୁ କିଛି ବ୍ୟକ୍ତିଙ୍କର ଡିଏନ୍‌ଏ ପରୀକ୍ଷା ମାଧ୍ୟମରେ ତାଙ୍କ ପରିବାର ଲୋକ ଆସି ଚିହ୍ନଟ କରିଥିବା ବେଳେ ଆଉ କିଛି ଅଚିହ୍ନା ଶବ ଯାହାଙ୍କର କେହି ଦାବିଦାର ନ ଥିବାରୁ ସେ ଶବଗୁଡ଼ିକ ମେଡ଼ିକାଲରେ ପଡ଼ିରହି ଧୀରେ ଧୀରେ ପଚିବାକୁ ଆରମ୍ଭ କଲାଣି । ଏଠାରେ ପ୍ରକାଶଥାଉକି ଯଦି ଏମ୍‌ସ ହସ୍ପିଟାଲରେ ପଡ଼ି ରହିଥିବା ଅଚିହ୍ନା ଶବଗୁଡ଼ିକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାନଯାଏ, ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଉକ୍ତ ଶବଗୁଡ଼ିକୁ ପୁରୀ ସ୍ୱର୍ଗଦ୍ୱାରରେ ଦାହ କରିବା ପାଇଁ ବିଶିଷ୍ଟ ସମାଜସେବୀ ପ୍ରତାପ କୁମାର ସାହୁ ଦାବି କରିଛନ୍ତି ।
ଶ୍ରୀଯୁକ୍ତ ସାହୁଙ୍କ କହିବା ଅନୁସାରେ ବାହାନଗା ରେଳ ଦୁର୍ଘଟଣାରେ ଏକ ହୃଦୟ ବିଦାରକ ଘଟଣା ହୋଇଥିବା ବେଳେ ସେଠାରେ ମୃତ୍ୟୁବରଣ କରିଥିବା ଶବଗୁଡ଼ିକ ପରିବାର ପକ୍ଷରୁ ଦାହ କରାଯାଇଥିବା ବେଳେ ବାକି ରହିଥିବା ୮୨ଟି ଶବକୁ ପୁରୀ ସ୍ୱର୍ଗଦ୍ୱାରରେ ଦାହ କରାଗଲେ ସେମାନଙ୍କ ଅମର ଆତ୍ମା ଶାନ୍ତି ଲାଭ କରିବ ବୋଲି ଶ୍ରୀଯୁକ୍ତ ସାହୁ କହିଛନ୍ତି । ଯଦି ରାଜ୍ୟ ବା କେନ୍ଦ୍ର ସରକାର ଶବଗୁଡ଼ିକୁ ଦାହ ନ କରନ୍ତି, ତେବେ ସମାଜସେବୀମାନଙ୍କ ମାଧ୍ୟମରେ ପୁରୀ ସ୍ୱର୍ଗଦ୍ୱାରରେ ଦାହ କରିବା ପାଇଁ ଅନୁମତି ପ୍ରଦାନ କରନ୍ତୁ ବୋଲି ଶ୍ରୀଯୁକ୍ତ ସାହୁ ଉଭୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ