ବାହାନଗା ହାଇସ୍କୁଲ ଭାଙ୍ଗି ନୂଆ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ବାଲେଶ୍ୱର, (ସରୋଜ ପଣ୍ଡା):ରେଳ ଦୁର୍ଘଟଣାରୁ ଉଦ୍ଧାର ଶତାଧିକ ଯାତ୍ରୀଙ୍କ ମୃତଦେହ ରଖାଯାଇଥିବା ବାହାନଗା ହାଇସ୍କୁଲକୁ ସମ୍ପୂର୍ଣ୍ଣ ଭାଙ୍ଗି ୫-ଟି ଆଧାରରେ ନୂତନ ଗୃହ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପ୍ରତି ବିଦ୍ୟାଳୟ ଖରାଛୁଟି ପାଇ ବନ୍ଦ ରହିଥିଲେ ବି ଦୁର୍ଘଟଣାରୁ ଉଦ୍ଧାର ଶହଶହ ମୃତଦେହ ରଖାଯିବା ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ମହଲରେ ଭୟ ଓ ଦ୍ୱନ୍ଦ୍ୱର ବାତାବରଣ ସୃଷ୍ଟି କରିଛି । କୋମଳମତି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବାକୁ ଭୟ କରୁଥିବା ବେଳେ ଅଭିଭାବକମାନେ ବିଦ୍ୟାଳୟକୁ ଭାଙ୍ଗି ନୂଆ ଗୃହ ନିର୍ମାଣ କରିବାକୁ ଦାବି ରଖୁଥିଲେ । । ଛାତ୍ରଛାତ୍ରୀ, ଅଭିଭାବକ ଏମିତିକି ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭ୍ରମାତ୍ମକ ଧାରଣା ଦୂର ପାଇଁ ଜିଲା ଶିକ୍ଷା ବିଭାଗ ଓ ପ୍ରଶାସନ ପକ୍ଷରୁ ଗତ ୨/୩ ଧରି ଉଦ୍ୟମ ଜାରି ରହିଥିଲା । ଏହା ସତ୍ୱେ କୌଣସି ନିର୍ଯ୍ୟାସ ନ ବାହାରିବାରୁ ଶୁକ୍ରବାର ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତା, ଗ୍ରାମବାସୀ, ପଞ୍ଚାୟତ ପ୍ରତିନିଧି ଏମିତିକି କିଛି ଛାତ୍ରଛାତ୍ରୀଙ୍କୁ ଜିଲାପାଳ ଅଫିସକୁ ଡକାଇ ଆଲୋଚନା କରିଥିଲେ । ଏଥି ସହିତ ଜିଲାପାଳ ଭିଡିଓ କନଫାରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ଟ୍ଟନାୟକ ନିର୍ଦ୍ଦେଶକ୍ରମେ ମୁଖ୍ୟ ସାଶନସଚିବ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ, ସ୍କୁଲ ଗଣଶିକ୍ଷା ସଚିବ ଏସ ଅଶ୍ୱସ୍ତି ଭିଡିଓ କନଫାରେନ୍ସିଂ ଯୋଗେ ବାଲେଶ୍ୱର ଜିଲାପାଳ ସ୍କୁଲ ପରିଚାଳନା କମିଟିର ସଦସ୍ୟ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସମସ୍ତଙ୍କର ମତାମତ ନେଇଥିଲେ । ଯେହେତୁ ଛାତ୍ରଛାତ୍ରୀ ଅଭିବାବକ ଓ ଶକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ସେ ଦିନର ଦୃଶ୍ୟ ଭୟ ସୃଷ୍ଟି କରିଛି ଏବଂ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି, ତେଣୁ ପିଲାମାନଙ୍କର ମାନସିକ ସ୍ଥିତିକୁ ଗୁରୁତ୍ୱ ଦେଇ ବାହନଗା ହାଇସ୍କୁଲ ଏବଂ ଏହାର ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲକୁ ଭାଙ୍ଗି ତା’ର ପୁନଃନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଏନେଇ ସ୍ଥାନୀୟ ମହାତ୍ମାଗାନ୍ଧୀ ସମ୍ମିଳନୀ କକ୍ଷରେ ଭିଡିଓ କନଫାରେନ୍ସ ଓ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ବିଦ୍ୟାଳୟ ଭାଙ୍ଗିବା ନେଇ ସରକାରଙ୍କ ନିଷ୍ପତ୍ତି ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ବାହାନଗା ହାଇସ୍କୁଲ ଭୂତଭୟ ଦୂର ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ