ବାହାବେଦୀରେ ପ୍ରେମିକାକୁ ଚାପୁଡ଼ା ମାରିଲା ପ୍ରେମିକ

ହରିଦ୍ବାର : ହରିଦ୍ବାରଠାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ପ୍ରେମିକାର ବାହାଘରରେ ପ୍ରେମିକ ଷ୍ଟେଜ୍‌ ଉପରକୁ ଯାଇ ପ୍ରେମିକାକୁ ଚାପୁଡା ମାରିବା ଭଳି ଏକ ଖବର ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ଚାପୁଡା ମାରିବାର ଭିଡିଓଟି ଇଣ୍ଟରନେଟ୍‌ରେ ଏବେ ବେଶ୍‌ ଭାଇରାଲ୍‌ ହୋଇଛି। ହରିଦ୍ବାରର ଲଣ୍ଡୌରା କ୍ଷେତ୍ରର ଏକ ଗ୍ରାମରେ ଜଣେ ଯୁବତୀର ବାହାଘର ଦିନ ପରିସ୍ଥିତି ବେଶ୍‌ ହଲଚଲ୍‌ ହୋଇଛି। ଲୋକେ ନବବିବାହିତା ଯୋଡ଼ିକୁ ଶୁଭକାମନା ଓ ପୁରସ୍କାର ଦେଉଥିବାବେଳେ ଜଣେ ବଧୂକୁ ଚାପୁଡା ମାରିଥିଲେ। ମାରିଥିବା ଯୁବକ ଜଣକ ବଧୂର ପ୍ରେମିକ ବୋଲି ଜଣାପଡିଛି। ତା’ପରେ ମାରିଥିବା ଯୁବକକୁ ଲୋକେ ଷ୍ଟେଜ୍‌ ତଳକୁ ଆଣି ମାରଧାର କରିଥିଲେ। ଏହାକୁ ନେଇ ବାହାଘର ସମୟରେ ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ବାହାଘରର ବରଣମାଳା ଅଦଳ ବଦଳ ସମୟରେ ସେ ଯୁବତୀକୁ ଚାପୁଡା ମାରିଥିଲେ। ଘଟଣାଟି ସେତିକିରେ ଶେଷ ହେଲା ନାହିଁ। ଏହି ଘଟଣା ପରେ ବରର ଭାଇ କିଛି ସାଙ୍ଗକୁ ନେଇ ଚାପୁଡା ମାରିଥିବା ଯୁବକକୁ ଧରି ମାରଧର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ