ବାହାରିପୁର ହାଇସ୍କୁଲରେ ବ୍ଲକ ସ୍ତରୀୟ ଶିଶୁମେଳା

ହାଟଡିହି, (ବିକାଶ ବିଶ୍ୱାଳ):ବାହାରିପୁର ହାଇସ୍କୁଲରେ ୪୦ତମ ବ୍ଲକ ସ୍ତରୀୟ ଶିଶୁମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଜୟକୃଷ୍ଣ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ମୁଖ୍ୟବକ୍ତା ଭାବେ ବ୍ଲକ ସହଶିକ୍ଷା ଅଧିକାରୀ ପ୍ରମୋଦ କୁମାର ବେହେରା, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ରତ୍ନାକର ପଣ୍ଡା ଯୁଧିଷ୍ଠିର ପାତ୍ର, ଓଷ୍ଟା କଟକର ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ପ୍ରଧାନ ଶିକ୍ଷକ ଶିଶିର କୁମାର କର, ଓଷ୍ଟାର ବ୍ଲକ ସମ୍ପାଦକ ଶିଶିର କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ୪୨ଟି ବିଦ୍ୟାଳୟରୁ ୨୨୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ତର୍କ, କଣ୍ଠ ସଙ୍ଗୀତ, ଚିତ୍ରାଙ୍କନ, ଆବୃତ୍ତି, ଗଳ୍ପ ଲିଖନ, କବିତା ଲିଖନ, କବିତା ରଚନା, ଏକକ ଅଭିନୟ, ଏକକ ନୃତ୍ୟ, ସାଧାରଣଜ୍ଞାନ, କୁଇଜ ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଓଷ୍ଟାର ବ୍ଲକ ସଭାପତି ନବଘନ ନାୟକ ଙ୍କ ସଭାପତିତ୍ୱ ରେ ଉଦଯାପନି ଉତ୍ସବ ରେ ଶାନ୍ତନୁ କୁମାର ମିଶ୍ର, ପ୍ରଦୀପ ହଜାରୀ, ନିରାକାର ମହାପାତ୍ର, ମନୋଜ ମିଶ୍ର, ବିଜୟ କୁମାର ସାହୁ, ଅନିରୁଦ୍ଧ ସେଠୀ, ଆନନ୍ଦଚନ୍ଦ୍ର ସାହୁ, ସୁଧାଂଶୁ ବିଶ୍ୱାଳ, ସତ୍ୟପୀର ମହାନ୍ତି ପ୍ରମୁଖ ଯୋଗଦେଇ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। କୃତ୍ତି ପ୍ରତିଯୋଗୀ ମାନେ ଜିଲ୍ଲାସ୍ଥରୀୟ ପ୍ରତିଯୋଗୀତାରେ ଭାଗନେବେ। ଶିକ୍ଷକ ବାଦଲ କୁମାର ଜେନା, ମନୋରଞ୍ଜନ ସାହୁ, ଦିବ୍ୟ ସିଂହ ସୋରେନ, ଆଲୋକ କୁମାର ଦାସ, ସୋନାଲି ସାହୁ, ସୁଧସିନ୍ଧୁ ପାଣି, ପ୍ରଦୀପ କୁମାର ସାହୁ, ନାରାୟଣ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ