ବାହାରିପୁର ହାଇସ୍କୁଲର ବାର୍ଷିକ ଉତ୍ସବ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ବାହାରିପୁର ବୈଷ୍ଣବ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ପ୍ରଧାନ ଶିକ୍ଷକ ଯୁଦ୍ଧିଷ୍ଠିର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମହାନ୍ତ, ମୁଖ୍ୟ ବକ୍ତା ଭାବେ ଅନ୍ନପୁର୍ଣ୍ଣା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ମନୋରଞ୍ଜନ ଦାସ, ସମଣା ସରପଞ୍ଚ ପତିତ ପାବନ ନନ୍ଦ, ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ଚନ୍ଦ୍ର ପୁହାଣ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆନନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଜଣେ ଜଣେ ସୁନାଗରିକ ହେବାପାଇଁ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବାହାରିପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସଶ୍ମିତାରାଣୀ ପଣ୍ଡା ସଭା ପରିଚାଳନା କରିଥିବାବେଳେ ଶିକ୍ଷକ ବାଦଲ କୁମାର ଜେନା, ଲୋକନାଥ ନାୟକ, ଦିବ୍ୟସିଂ ସୋରେନ, ସୁଧାସିନ୍ଧୁ ପାଣି, କିରାଣୀ ପ୍ରଦୀପ କୁମାର ସାହୁ, ସୁଧିର କୁମାର ସେଠୀ, ଅବସରପ୍ରାପ୍ତ କର୍ମଚାରୀ ନାରାୟଣ ବେହେରା, ବଳରାମ ସାହା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।