ବାହାରିପୁର ହାଇସ୍କୁଲର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗୀତା ଉଦଯାପିତ
ହାଟଡିହି, (ବିକାଶ ବିଶ୍ୱାଳ):ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗୀତାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଲମ୍ବଡିଆଁ, ଦୌଡ, ଉଚ୍ଚ ଡିଆଁ, ଥ୍ରୋ, ସøାଇକେଲ ରେସ, ବକ୍ତୃତା, କୁଇଜ, ପ୍ରବନ୍ଧ ଲିଖନ, ସଂଗୀତ, ନାଚଗୀତ ଆଦି ପ୍ରତିଯୋଗୀତା ମାନ ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଅତି ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରି ନିଜ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ପ୍ରଧାନଶିକ୍ଷକ ଜୟକୃଷ୍ଣ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଗ୍ରୀଡା ଶିକ୍ଷକ ସୁଧାସିନ୍ଧୁ ପାଣି, ପରିଚାଳନା କରିଥିଲେ । ଶିକ୍ଷକ ବାଦଲ କୁମାର ଜେନା, ମନୋରଞ୍ଜନ ସାହୁ, ଦିବ୍ୟସିଂ ସୋରେନ, ଆଲୋକ କୁମାର ଦାସ, ପ୍ରଦୀପ କୁମାର ସାହୁ, ସୋନାଲି ସାହୁ, କର୍ମଚାରୀ ସୁଧିର କୁମାର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।