ବାହାରିଲା ମାଟ୍ରିକ ଫଳ ୮୨ ସ୍କୁଲ ରେ ଫଳ ଶୂନ
ଆଜି ମାଧ୍ୟମିକ ଶିକ୍ଷା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ବିଦ୍ୟା ଓ ଗଣଶିକ୍ଷା ବିଭାଗର ଶାସନ ସଚିିବ ପ୍ରଦୀପ କୁମାର ମହାପାତ୍ର ପରୀକ୍ଷା ପୁସ୍ତିକାକୁ ଉନ୍ମୋଚନ କରି ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ପାଶ ହାର ୭୦. ୭୮ ପ୍ରତିଶତ ପାଶ ହାର ରହିଥିବା ଗଣମାଧ୍ୟମକୁ ସେ ସୂଚନା ଦେଇଛନ୍ତି । ତେବେ ଚଳିତ ଥର ପାସ ହାର କମିବା ନେଇ ସେ କହିଛନ୍ତି ପରୀକ୍ଷା ରେ ସମ୍ପର୍ଣ୍ମ ଭାବେ କୁହାଯାଇଥିଲା ସ୍ୱଚ୍ଚତା ଅବଲମ୍ବନ କରାଯାଇଥିଲା ସେହିପରି କପି ରୋକିବା ପାଇଁ ପ୍ରାୟ ୪୦୦ ପରୀକ୍ଷା କେନ୍ଦ୍ର ରେ ସିସିଟିଭି ଲଗାଯାଇଥିଲା । ଏବଂ ଆସନ୍ତା ବର୍ଷ ଶତପ୍ରତିଶତ ଶିକ୍ଷାନୁଷ୍ଠାନ ରେ ସିସିଟିଭି ଲଗାଯିବ । ଏହା ସହ ସିବିଏସି ପ୍ୟାଟନ ରେ ପ୍ରଶ୍ନପତ୍ର କରାଯାଇଥିଲା ଫଳରେ ବହୁ ପରିମାଣ ରେ କପି କୁ ରୋକିବା ପାଇଁ ବୋର୍ଡ କର୍ତ୍ତ ବହୁ ଗୁରୁତ୍ୱପୂର୍ଣ୍ମ ନିଷ୍ପତ୍ତି ନେଇଥିଲେ । ଚଳିତବର୍ଷ ହାଇସ୍କଲରେ ୫ଲକ୍ଷ୬୧ ହଜାର ୮୯ ଜଣ ପରିକ୍ଷାର୍ଥୀ ଙ୍କ ଫଳ ପ୍ରକାଶିତ ହୋଇ୍ଛି ସେଥିମଧ୍ୟରୁ ୩ଲକ୍ଷ୯୭ହଜାର ୧୨୫ଜଣ ପିଲା ପାସ କର୍ିଛନ୍ତି । ଏବଂ ୧ ଲକ୍ଷ ୬୩ ହଜାର ୯୫୪ ପିଲା ଫେଲ ହୋଇଛନ୍ତି । ୮୨ ସ୍କୁଲରେ ପରିକ୍ଷା ଫଳ ଶୂନ ରହିଛି ।


