ବାହାର ଜିଲ୍ଲାର ଶବକୁ ସ୍ୱର୍ଗଦ୍ୱାର ମନା

ପୁରୀ: ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନରେ ଜିଲ୍ଲା ବାହାର ଲୋକଙ୍କ ଶବସକ୍ରାର ଉପରେ ମଙ୍ଗଳବାର କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏଭଳି କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ ପ୍ରକାଶ କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଏଭଳି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶବସକ୍ରାର ପାଇଁ ସ୍ୱର୍ଗଦ୍ୱାର ଶ୍ମଶାନରେ ପ୍ରତ୍ୟେକ ଦିନ ବହୁ ଲୋକଙ୍କ ସମାଗମ ହେଉଛି । ଏଥିଯୋଗୁଁ କରୋନା ସଂକ୍ରମଣର ସମ୍ଭାବନା ରହିଛି । ଲୋକଙ୍କ ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ସାମୟିକ ଭାବେ ଏଭଳି କଠୋର ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । କୌଣସି ପରିସ୍ଥିତିରେ ଜିଲ୍ଲା ବାହାର ଲୋକଙ୍କ ଶବ ସକ୍ରାର ଏବଂ ଅସ୍ଥି ବିସର୍ଜନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ