ବାହାର ଫେରନ୍ତାଙ୍କୁ ନେଇ ଗ୍ରାମରେ ଉତ୍ତେଜନା
ହାଟଡ଼ିହି : ରାଜ୍ୟ ବାହାରେ ଓ ଜିଲ୍ଲା ବାହାରେ ରହୁଥିବା ଲୋକମାନେ ଏବେ କରୋନା ପାଇଁ ଘରକୁ ପଳାଇ ଆସୁଥିବା ଓ ସେମାନେ ସଙ୍ଗରୋଧ ହୋଇ ରହୁ ନଥିବାରୁ ଅନେକ ଗ୍ରାମରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ହାଟଡିହି ବ୍ଲକ ଅଁରା ପଞ୍ଚାୟତରେ ଜଣେ ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଭୁବନେଶ୍ୱର ବମିଖାଲ ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିବାରୁ ସେଠାରେ ରହୁଥିବା ଗୋଟିଏ ପରିବାର ସଦସ୍ୟମାନେ ଆଜି ସକାଳୁ ସକାଳୁ ନିଜ ଘରକୁ ପଳାଇ ଆସିଥିଲେ । କିନ୍ୁ ଗାଁର ଯୁବକମାନେ ଗାଁ ସିଲ କରି ଜଗି ରହିଥିବାରୁ ଗା ଭିତରକୁ ପୁରାଇ ଦେଇ ନଥିଲେ । ସଂଗରୋଧ ହୋଇ ରହିଲେ ଗାଁକୁ ଛାଡିବୁ ନଚେତ ନୁହଁ ବୋଲି କହିବାରୁ ଉକ୍ତ ପରିବାର ଲୋକଙ୍କ ସହିତ ଗ୍ରାମବାସୀଙ୍କ ମଧ୍ୟରେ ଝଗଡାଝାଟି ହୋଇଥିଲା । ଗାଁ ଲୋକେ ଏନେଇ ପୁଲିସକୁ ଫୋନକରି ଜଣାଇବାପରେ ନନ୍ଦିପଦା ପୁଲିସ ପହଞ୍ଚି ବୁଝାସୁଝା କରିବା ସହିତ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇ ପଳାଇ ଆସିଥିଲା । ଏନେଇ ଗ୍ରାମବାସୀମାନେ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ପତ୍ରଲେଖି ଜଣାଇବା ସହିତ ବାହାରୁ ଆସୁଥିବା ଲୋକମାନେ କିପରି ସଂରୋଧ ହୋଇ ରହିବେ ସେନେଇ ପଦକ୍ଷେପ ନେବାକୁ ବିଜନ ନାୟକ, ପ୍ରଫୁଲ ଜେନା, ବାଇଧର ଖଣ୍ଡେଇ, ଅଭିମନ୍ୟୁ ପ୍ରଧାନ ପ୍ରମୁଖ ଗ୍ରାମବାସୀମାନେ ନିବେଦନ କରିଛନ୍ତି । ନଚେତ ନେଡିଗୁଡ କହୁଣିକୁ ବହିଯିବା ଭଳି ଆଶଙ୍କା ଦେଖାଦେଇଥିବା ସେମାନେ କହିଛନ୍ତି ।


