ବାହାର ରାଜ୍ୟକୁ ଘରୋଇ ପରି·ରିକା ·ଲାଣ ବନ୍ଦ କରାଯାଉ

ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ଓଡ଼ିଶାରେ ପାଖାପାଖି ୧୦ଲକ୍ଷରୁ ଉଦ୍ଧ୍ୱର୍ ଘରୋଇ ପରି·ରିକା (ଡୋମେଷ୍ଟିକ ଲେବର) ବାବୁମାନଙ୍କ ଘରେ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ବଡ଼ ଦୁଃଖର ବିଷୟ ସେମାନେ ବାବୁମାନଙ୍କ ଘରେ ବହୁ ସମୟରେ ବିଭିନ୍ନ ପ୍ରକମାର ନିର୍ଯ୍ୟତନା ଭୋଗିବା ସହ ସୋମନଙ୍କ ଦୁଃଖ ଶୁଣିବାକୁ କେହି ନଥାନ୍ତି । ଅନ୍ୟ ରାଜ୍ୟଗୁଡ଼ିକରେ ଘରୋଇ ପରି·ରିକାମାନଙ୍କ ପାଇଁ ବହୁ ସୁବିଧା ଥିବାବେଳେ ଓଡ଼ିଶାରେ ତାହା ଆଜି ପର୍ଯ୍ୟନ୍ତ କରାଯାଇ ନାହିଁ । ଆଜି ନିଖିଳ ଓଡ଼ିଶା ଘରୋଇ ପରି·ରିକା ମହାସଂଘ ତରଫରୁ ଏକ ୯ ଜଣିଆ ପ୍ରତିନିଧି ମଣ୍ଡଳୀ ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ଶଶିଭୂଷଣ ବେହେରାଙ୍କୁ ଭେଟି ଘରୋଇ ପରି·ରିକା ୱେଲଫେୟାର ବୋର୍ଡ଼ (ଊକ୍ଟଜ୍ଞରଗ୍ଦଗ୍ଧସମ ଖବଭକ୍ଟଙ୍କକ୍ସ ଡରକ୍ଷଲବକ୍ସର ଈକ୍ଟବକ୍ସୟ) ଗଠନ କରିବା, କର୍ମସ୍ଥଳୀ ଜାଗାରେ ବାସସ୍ଥଳୀ ଯୋଗାଇଦେବା, ପରିଚୟ ପତ୍ର (ଓୟରଦ୍ଭଗ୍ଧଚ୍ଚ ଉବକ୍ସୟ) ପ୍ରଦାନ କରିବା, କର୍ମସ୍ଥଳୀ ଜାଗାରେ ସମସ୍ତ ପ୍ରକାର ନିର୍ଯ୍ୟାତନା ବନ୍ଦ କରିବା, ମାସକୁ ୪ଟି ଛୁଟି ମଞ୍ଜ୍ୁର କରିବା ସହିତ ୪ଟି ଡ୍ରେସ୍ ପ୍ରଦାନ କରିବା, ଘରୋଇ ପରି·ରିକାମାନଙ୍କୁ ପେନ୍ସନ ତଥା ସରକାରଙ୍କ ପ୍ରତ୍ୟେକ ସ୍କିମ୍ରେ ସାମିଲ୍ କରିବା, ଯଦି କର୍ମସ୍ଥଳୀ ବାସସ୍ଥଳୀ ଠାରୁ ୧ କମିରୁ ଅଧିକ ହୋଇଥିବ, ତେବେ ସେଥିପାଇଁ ସାଇକେଲ୍ ଯୋଗାଇଦେବା, ୧୮ରୁ ୫୦ ବର୍ଷ ପର୍ଯ୍ୟନ୍ତ ଜଣେ ଡ଼ୋମେଷ୍ଟିକ ଲେବର ହିସାବରେ କାର୍ଯ୍ୟ କରିପାରିବା ଓ ଆଇନ୍ ଆଣିବା, ଅବିବାହିତା ଘରୋଇ ପରି·ରିକାମାନଙ୍କୁ ବିବାହକାଳୀନ ସହାୟତା ଯୋଗାଇଦେବା, ସେମାନଙ୍କୁ ୩୬୫ ଦିନ କାମ ଯୋଗାଇ ଦେବା । ଯଦି ୩୬୫ ଦିନ କାମ ନମିଳେ ତେବେ ମିନିମମ ୱେଜେସ୍ ଦରମା ଯୋଗାଇଦେବା, ଖରା ଓ ବର୍ଷା ସମୟରେ ସେମାନଙ୍କୁ ଛତା, ଜୋତା, ଶୀତବସ୍ତ୍ର ଯୋଗାଇଦେବା, ସେମାନଙ୍କ ପିଲାମାନଙ୍କ ପାଇଁ କ୍ରେଚ୍ର ବ୍ୟବସ୍ଥା କରିବା, ସରକାରୀ ଓ ସେସରକାରୀ ସ୍କୁଲ୍ ଗୁଡ଼ିକରେ ସେମାନଙ୍କ ପିଲାମାନଙ୍କୁ ପାଠପଢିବା ପାଇଁ ସମସ୍ତ ସୁବିଧା ଯୋଗାଇଦେବା ପ୍ରମୁଖ ୧୪ ଦଫା ଦାବି ପ୍ରଦାନ କରିଥିଲେ । ଏହି ଦାବିଗୁଡ଼ିକ ଉପରେ ମନ୍ତ୍ରୀଙ୍କ ସହ ଦୀର୍ଘ ୩୦ ମିନିଟ୍ ଆଲୋଚନା କରିବା ପରେ ମନ୍ତ୍ରୀ ଆପଣମାନଙ୍କ ଦାବିଗୁଡ଼ିକ ଯଥାର୍ଥ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ସହ ଏହି ବିଷୟରେ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କମିଟିରେ ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, ଲାବଣ୍ୟରେଖା ରାଉତ, ଶାନ୍ତି ନାୟକ, ସୋନୀ ଶର୍ମା, ସୁଶାନ୍ତି ପାଟ୍ଟ, ପ୍ରଭାତୀ ପାଣି, ନୁର୍ଜାହାନ ବିବି, କଟକର ହେମେନ୍ଦ୍ର ସାମଲ ଓ ଏସ୍କେ ଅବଦୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ