ବାହାର ରାଜ୍ୟକୁ ଚୋରା ବାଲି,ପଥର,ମୋରମ ଚାଲାଣ ବିରୋଧ ନେଇ ତିରିଂରେ ସିପିଆଇ ତରଫରୁ ପଥପ୍ରାନ୍ତ ସଭା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ରାଜସ୍ବ ଅଂଚଳରୁ ବାହାର ପଡୋଶୀ ଝାଡଖଣ୍ଡ ରାଜ୍ୟକୁ ବାଲି,ପଥର,ମୋରମ ଚୋରା ଚାଲାଣ ପ୍ରଶାସନିକ ଜାଣତରେ ଚାଲିଛି । ଏହାକୁ ନେଇ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ଚୋରା ଲଘୁ ଖଣିଜ ସଂପଦ ଯୋଗୁଁ ରାଜ୍ୟ ସରକାର ବହୁ ରାଜସ୍ୱ କ୍ଷତି ସହୁଛନ୍ତି ।ଚୋରା ଚାଲାଣ ଯୋଗୁଁ ବାଲି, ପଥର,ମୋରମ ଦର ସ୍ଥାନୀୟ ଅଂଚଳରେ ବୃଦ୍ଧି ପାଉଛି ।ଯାହାଫଳରେ ଗରିବ ଲୋକଟିଏ ଘର ତିଆରି କରିବାକୁ ଅସମର୍ଥ ହେଉଛି ।ଏହାକୁ ନେଇ ମୟୁରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ବଡଡାଳିମାଠାରେ ବିଭିନ୍ନ ସମସ୍ୟା ନେଇ ଶନିବାର ଦିନ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି ।ଦାବି ଗୁଡ଼ିକ ହେଲା ୧-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଅଟକଳକୁ ବୃଦ୍ଧି କରିବା,୨-ଚୋରା ଚାଲାଣ ବାଲି,ପଥର,ମୋରମ ଝାଡ଼ଖଣ୍ଡକୁ ଯାଉଥିବା ବନ୍ଦ କରାଯିବା ୩-ଶିକ୍ଷାକୁ ଘରୋଇକରଣ ବନ୍ଦ କରାଯିବା,୪-କୃଷକ ବିରୋଧୀ ଆଇନକୁ ପ୍ରତ୍ୟାହାର କରାଯିବା-୫-କୃଷକଙ୍କୁ ସୁଲଭ ମୂଲ୍ୟରେ ସାର,ବିହନ, କୀଟନାଶକ ଯୋଗାଇ ଦିଆଯିବା,୬-ବୃଦ୍ଧ, ବୃଦ୍ଧାଙ୍କ ମାସିକ ଭତ୍ତାକୁ ପଢାଯିବାଏବଂ ୭- ପ୍ରାଥମିକ ଚିକିତ୍ସାଳୟକୁ ପୁନର୍ବାର ପରିଚାଳନା କରାଯିବା ।ଏହି କାର୍ଯ୍ୟକ୍ରମରେ ମୟୂରଭଂଜ ଜିଲ୍ଲାର ବରିଷ୍ଠ ସିପିଆଇ ନେତା ତ୍ରିନାଥ ପାତ୍ର,ଧନୁ ମାଝୀ,ଲଛମନ ମୁର୍ମୁ,କହ୍ନାଇ ସୋରେନ,ଗୁଦାଇ କିସ୍ କୁ,ପାରାଙ୍କୁ ହାଁସଦା ପ୍ରମୁଖ ସମସ୍ୟା ଉପରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଦୁର୍ଗତି ମୁର୍ମୁ,ପାର୍ବତୀ ସୋରେନ,ସୁଧାରି ହାଁସଦା,ମାଲକାନଗିରି ସୋରେନ,ଭକ୍ତକୁ ସୋରେନ,ହେମ୍ବ୍ରମ ସୋରେନ,ବାଘରାୟ ହେମ୍ବ୍ରମ,ପାଣ୍ଡୁ ହାଁସଦା, ଲକ୍ଷ୍ମଣ ସୋରେନ,ସୁନାରାମ ହେମ୍ବ୍ରମ, ସିତାରାମ ହାଁସଦା,ବାଗନୁ ହେମ୍ବ୍ରମ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ