ବାହାର ରାଜ୍ୟକୁ ଫେରୁଥିବା ୩ ଅଭିଯୁକ୍ତ ଗିରଫ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):-କରୋନା ମହାମାରୀ ସଙ୍କଟ ସମୟରେ ରାଜ୍ୟ ସରକାର ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନିଜ ନିଜ ଭିଟା ମାଟି କୁ ଫେରାଇ ଆଣିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ।ସେମାନଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଇ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇ ପର୍ଯ୍ୟାପ୍ତ ପରିମାଣର ଅର୍ଥରାଶି ଖର୍ଚ୍ଚ କରିଥିଲେ।ପ୍ରତ୍ୟେକ ପ୍ରବାସୀଙ୍କୁ ୨ହଜାର ଟଙ୍କା ପ୍ରୋତ୍ସାହନ ରାଶି ଘୋଷଣା କରି ନିଜ ପ୍ରତିଶୃତି ପାଳନ କରିଥିଲେ।ସେମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବା ପାଇଁ ଦୃଢ଼ ପ୍ରତିଶ୍ରୁତି ଘୋଷଣା କରିଥିଲେ।କିନ୍ତୁ ସରକାର ଘୋଷଣା କରିଥିବା କଲ୍ୟାଣକାରୀ ଯୋଜନାର ବିଳମ୍ବିତ ପ୍ରକ୍ରିୟା କାରଣରୁ ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡ଼ିଆଏବେ ଅନ୍ୟ ରାଜ୍ୟ ମୁଁହା ହେବାରେ ଲାଗିଛନ୍ତି। ପେଟପାଟଣା ଚିନ୍ତାରେ ଥିବା ପ୍ରବାସୀ ଓଡ଼ିଆ କାମ ଧନ୍ଧା ଅଭାବରୁ ପୂର୍ବ କର୍ମ ସଂସ୍ଥାନ ର ମାଲିକ ଓ ଠିକାଦାର ଙ୍କ ସହ ଯୋଗସୂତ୍ର ରକ୍ଷା କରି ପୁଣି ଭିଟା ମାଟିରୁ ଫେରିବା ଏବେ ଦେଖାଦେଇଛି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାର ଆସିକା ଏବଂ ବୁଗୁଡା ଅଞ୍ଚଳର କିଛି ପ୍ରବାସୀ ଙ୍କୁ ନେବା ପାଇଁ ସୁଦୂର ଚେନ୍ନାଇ ସହରରୁ ଏକ ବସ୍ ଆସିଥିଲା।ଉକ୍ତ ବସଟି ୫୫ ଜଣ ପ୍ରବାସୀଙ୍କୁ ନେଇ ଆସିକା ଠାରୁ ଚେନ୍ନାଇ ଅଭିମୁଖେ ବୁଧବାର ଯାତ୍ରା ଆରମ୍ଭ କରିଥିବା ବେଳେ ୩ ଜଣ ଅଭିଯୁକ୍ତ ବାହାର ରାଜ୍ୟକୁ ଯାତ୍ରା କରୁଥିବା ପୁଲିସ କୁ ସୂଚନା ମିଳିଥିଲା।ପରେ ଆସିକା ପୁଲିସ ବସ୍ ର ପିଛା କରି ହିଁଞ୍ଜିଳି ପୁଲିସକୁ ସୂଚନା ଦେଇଥିଲା।ସ୍ଥାନୀୟ ପୁଲିସ ସହାୟତାରେ ଆସିକା ପୁଲିସ ବସ୍ ଟିକୁ ଅଟକାଇ ଥାନାକୁ ଆଣି ପଚରା ଉଚୁରା ଚଳାଇ ସମସ୍ତ ପ୍ରବାସୀଙ୍କ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିଥିଲା।ସେମାନଙ୍କ ମଧ୍ୟରୁ ପୁଲିସ ଚିହ୍ନଟ କରି ୩ ଜଣ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଥିଲା।ଏନେଇ ଆସିକା ଥାନା କେଶ ନଂ ୪୧୦/୨୦ ରେ ମାମଲା ରୁଜୁ କରି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଅଭିଯୁକ୍ତ ଙ୍କୁ ଗିରଫ କରି ଆସିକା ଥାନାକୁ ନେଇଥିବା ଜଣାପଡ଼ିଛି।ଆସିକା ପୁଲିସର ସୂଚନା କ୍ରମେ ହିଞ୍ଜିଳି ପୁଲିସ ସହଯୋଗ କରିଥିଲା ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।ଘଟଣା ପରେ ଅବଶିଷ୍ଟ ପ୍ରବାସୀଙ୍କୁ ନେଇ ହିଞ୍ଜିଳିକାଟୁ ରୁ ବସ୍ ଟି ପୁଣି ମାଡ୍ରାସ ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି।